Sat. Jul 4th, 2026

୮ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ, ବସ୍ତିରେ ଲୁଚିଥିବା ଅଭିଯୁକ୍ତକୁ ଗିରଫ କଲା ପୁଲିସ

187 Views

ଚନ୍ଦ୍ରଶେଖରପୁର  : ୮ ବର୍ଷର ଜଣେ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଆଜି ନୀଳାଦ୍ରିବିହାର ଅଞ୍ଚଳ‌ରେ ଥିବା ଏକ ବସ୍ତିରୁ ଅଭିଯୁକ୍ତ ରବି ନାୟକ(୨୧)କୁ ଗିରଫ କରିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରିବା ସହ ରବିକୁ ପଚରାଉଚରା କରି ଅଧିକ ତଦନ୍ତ ଚଳାଇଛି। ପୁଲିସ ସୂଚନା ଅନୁଯାୟୀ, ଆଜି ଅପରାହ୍‌ଣରେ ଶିଶୁକନ୍ୟାଜଣଙ୍କ ସ୍କୁଲରୁ ଫେରି ଘର ନିକଟ‌ରେ ଖେଳୁଥିଲା। ସେହି ସମୟ‌ରେ ଝିପିଝିପି ବର୍ଷା ହେବାରୁ ନାବାଳିକାଜଣଙ୍କ ବସ୍ତିର ଏକ ଘର ବାରଣ୍ଡା‌‌‌‌ରେ ଆଶ୍ରୟ ନେଇଥିଲା। ସେହି ଘର ଭିତରେ ଥିବା ରବି ନାବାଳିକାକୁ ଚକୋଲେଟ୍‌ର ପ୍ରଲୋଭନ ଦେଖାଇ ତାକୁ ଘର ଭିତରକୁ ଡାକି ନେଇ ଦୁଷ୍କର୍ମ କରିଥିଲ‌ା। ନାବାଳିକାଜଣଙ୍କ କୌଣସି ପ୍ରକାରେ ସେଠାରୁ ଖସି ଆସି ପରିବାରଲୋକଙ୍କୁ ସବୁ କଥା ଜଣାଇବା ପରେ ଘଟଣା ପ୍ରଘଟ ହୋଇଥିଲା। ଏହାକୁ ନେଇ ବସ୍ତିରେ ଉତ୍ତେଜନା ଦେଖା ଦେବାରୁ ରବି ଫେରାର୍‌ ହୋଇଯାଇଥିଲା। ଏ ସଂପର୍କରେ ଶିଶୁକନ୍ୟାର ପରିବାରଲୋକେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌କୁ ସୂଚନା ଦେବା ପରେ ଆଇଆଇସି ବିଶ୍ବରଞ୍ଜନ ନାୟକ ସଦଳବଳେ ବସ୍ତିରେ ପହଞ୍ଚି ନାବାଳିକାକୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲେ। ପରେ ସେହି ବସ୍ତିର ଏକ ନିର୍ମାଣଧୀନ ଝୁମ୍ପୁଡ଼ି ଘର ଭିତରୁ ରବିକୁ ଗିରଫ କରାଯାଇଥିଲା।

By amfnews

Related Post