Sun. Oct 18th, 2026

୮ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା

225 Views

ଭୁବନେଶ୍ୱର : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆନ୍ଧ୍ରର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ରହିଛି।  ଏହା ପ୍ରଭାବରେ ଆଜି ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାକୁ ଛାଡ଼ି ଅନ୍ୟ ଅଞ୍ଚଳରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି। ଏଥିସହ କିଛି ଜିଲ୍ଲାରେ ଘଡ଼ଘଡ଼ି ହେବା ନେଇ ୟଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି।  ସେହି ଜିଲ୍ଲାଗୁଡ଼ିକ ହେଉଛି-ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, ଅନୁଗୋଳ, କେନ୍ଦ୍ରାପଡ଼ା, ଗଞ୍ଜାମ, ନୟାଗଡ଼ ଓ ବାଲେଶ୍ୱର।

ଅନ୍ୟପକ୍ଷରେ ଏହି ଘୂର୍ଣ୍ଣିବଳୟ ୨୪ ଓ ୨୫ ତାରିଖରେ ଲଘୁଚାପର ରୂପ ନେଇପାରେ। ୨୪ ତାରିଖ ପରଠୁ ବର୍ଷାର ପରିପାଣ ବଢ଼ିବ। ୨୫ ତାରିଖ ବେଳକୁ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।। ଏହି ଜିଲ୍ଲାଗୁଡ଼ିକ ହେଉଛି-ସମ୍ୱଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବରଗଡ଼। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଭଦ୍ରକରେ ସବୁଠାରୁ ଅଧିକ ୬୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପିପିଲିରେ ୪୮ ମିମି ଓ ତାଳଚେରରେ ୪୦ ମିମି ବର୍ଷା ହୋଇଛି।

By amfnews

Related Post