Thu. Oct 8th, 2026

୮୫% ଉତ୍ପାଦକୁ ଟିକସ-ମୁକ୍ତ ଆମଦାନି କରାଯାଉ: ଚୀନ୍‌

308 Views

ନୂଆଦିଲ୍ଲୀ: ଭାରତ ଚୀନ୍‌ର ୮୫% ଉତ୍ପାଦକୁ ଟିକସ-ମୁକ୍ତ ଆମଦାନି କରୁ ବୋଲି ଚୀନ୍‌ ଅନୁରୋଧ କରିଛି।

ପର୍ଯ୍ୟାୟ କ୍ରମେ ଚୀନ୍‌ ଜିନିଷପତ୍ରର ୭୪% ଲାଗି ଭାରତ ନିଜର ବଜାର ଉନ୍ମୁକ୍ତ ରଖିବ ବୋଲି ଦେଇଥିବା ପ୍ରସ୍ତାବରେ ବେଜିଙ୍ଗ୍‌ ଅସନ୍ତୋଷ ବ୍ୟକ୍ତ କରିଛି। ଚୀନ୍‌ ସହ ଦ୍ୱିପାକ୍ଷିକ ଆଲୋଚନା ସମୟରେ ଅଧିକାରୀମାନେ କହିଛନ୍ତି ଯେ ଚୀନ୍‌ ଭାରତୀୟ ଜିନିଷର ୯୨% ରପ୍ତାନି ଉପରେ ଟିକସ ମୁକ୍ତ କରିବ ବୋଲି ଇଚ୍ଛା ପ୍ରକାଶ କରିଛି।

ଅନ୍ୟ କେତେକ ଦେଶକୁ ୯୦% ଟିକସ ମୁକ୍ତ ଆମଦାନି ଲାଗି ଦିଆଯାଉଥିବା ଅନୁମତି ତୁଳନାରେ ଚୀନ୍‌କୁ ଭାରତ କମ୍‌ ରିହାତି ଦେଉଛି। ଜଣେ ବରିଷ୍ଠ ବାଣିଜ୍ୟ ଅଧିକାରୀ କହିଛନ୍ତି, ଆମେ ପର୍ଯ୍ୟାୟ କ୍ରମେ ସୁଯୋଗ ସୃଷ୍ଟି କରୁଛୁ। ଏଥିରେ ଚୀନ୍‌ ଶୀର୍ଷସ୍ତରକୁ ଯାଇ ପାରେ। ଆମଦାନି ଶୁକ୍ଳ ପ୍ରଣାଳୀ ଭାଙ୍ଗିବାକୁ ୨୦ ବର୍ଷ ସମୟ ଦରକାର କରୁଛୁ।

ବିଶ୍ୱର ସର୍ବବୃହତ୍‌ ମୁକ୍ତ ବାଣିଜ୍ୟ ଚୁକ୍ତି କରିବାକୁ ରିଜିଓନାଲ୍‌ କମ୍ପ୍ରେହେନ୍‌ସିଭ୍‌ ଇକୋନମିକ୍‌ ପାର୍ଟନର୍‌ସିପ୍‌ ନିମନ୍ତେ ଜଟିଳ ବୁଝାମଣାକୁ ନୀତି ନିର୍ଦ୍ଧାରକମାନେ ଧରି ରଖିଥିବାରୁ ଚୀନ୍‌ ଏଭଳି ଅନୁରୋଧ କରିଛି।

By amfnews

Related Post