Sat. Apr 25th, 2026

୮୫୫ ପୁଲିସ କର୍ମଚାରୀ ସମ୍ମାନିତ: ଓଡ଼ିଶାରୁ ୨୬ଜଣଙ୍କ ସମେତ ୧୪୯ ଜଣଙ୍କୁ ସାହସିକ ପଦକ

274 Views

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପାଳନ ଅବ୍ୟବହିତ ପୂର୍ବରୁ ଶୁକ୍ରବାର ଦିନ ସମୁଦାୟ ୮୫୫ ଜଣ ପୁଲିସ ଓ ପାରାମିଲିଟାରି କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ସାହସିକ ପୁରସ୍କାର ପାଇଥିବା ଜମ୍ମୁ ଓ କଶ୍ମୀର, ନକ୍ସଲ ହିଂସା ପ୍ରଭାବିତ ଏବଂ ଅନ୍ୟାନ୍ୟ ଅଞ୍ଚଳରୁ ୧୪୯ ଜଣ ପୁଲିସ କର୍ମଚାରୀ।

ଦେଶର ସର୍ବବୃହତ୍‌ ପାରାମିଲଟାରି ଫୋର୍ସ ସିଆର୍‌ପିଏଫ୍‌ରୁ ସର୍ବାଧିକ ୪୪ ଜଣ ସାହସିକ ପୁରସ୍କାର ପଦକ ପାଇଛନ୍ତି। ୨୬ ଜଣ ସାହସିକ ପୁରସ୍କାର ପଦକ ପାଇ ଓଡ଼ିଶା ପୋଲିସର ଦ୍ୱିତୀୟ ସ୍ଥାନରେ ରହିଛି। ଜମ୍ମୁ ଓ କଶ୍ମୀର ପୁଲିସ ପାଇଛି ୨୫ ପଦକ ଓ ଛତିଗଡ଼ ପୁଲିସ ୧୪ଟି ପଦକ ପାଇଛି।ସିଆର୍‌ପିଏଫ୍‌ର ତିନି ଜଣ କର୍ମଚାରୀଙ୍କୁ ମରଣତ୍ତୋର ଭାବେ ରାଷ୍ଟ୍ରପତି ସାହସିକ ପୁଲିସ ପଦକ ମିଳିଛି।

ସାହସିକ ପୁରସ୍କାର ପଦକ ପାଇଥିବା ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ମେଘାଳୟ (୧୩), ଉତ୍ତର ପ୍ରଦେଶ (୧୦), ବର୍ଡର୍‌ ସିକ୍ୟୁରିଟି ଫୋର୍ସ (୮), ଦିଲ୍ଲୀ (୪), ଝାଡ଼ଖଣ୍ଡ (୩) ଆସାମ ରାଇଫଲ୍‌ସ୍‌ ଏବଂ ଇଣ୍ଡୋ-ତିବେତାନ୍‌ ବର୍ଡର୍‌ ପୁଲିସ ପ୍ରତ୍ୟେକ ଗୋଟିଏ ଲେଖାଏଁ ପଦକ ପାଇଛନ୍ତି।

By amfnews

Related Post