Sat. Apr 25th, 2026

୮୩ ବର୍ଷ ବୟସରେ ସ୍ନାତକତ୍ତୋର ଡିଗ୍ରି ହାସଲ

184 Views

ହୋସିଆର୍‌ପୁର  : ୮୩ ବର୍ଷ ବୟସରେ ସ୍ନାତକତ୍ତୋର ଡିଗ୍ରି ହାସଲ କରି ସୋହନ ଗିଲ୍‌ ପ୍ରମାଣ କରି ଦେଇଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ବିଳମ୍ବ ବୋଲି କିଛି ନାହିଁ। ବୁଧବାର ଦିନ ଜଳନ୍ଧର ଠାରେ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ତାଙ୍କୁ ଡିଗ୍ରି ପ୍ରଦାନ କରାଯିବା ବେଳେ ତାଙ୍କୁ ଢେର୍‌ ପ୍ରଶଂସା ମିଳିଥିଲା।

ହୋସିଆର୍‌ପୁର ଅଞ୍ଚଳର ଦାତା ଗ୍ରାମର ବାସିନ୍ଦା ଗିଲ୍‌ ୧୯୫୭ ମସିହାରେ ମହିଲପୁରର ଖାଲ୍‌ସା କଲେଜରୁ ସ୍ନାତକ ଡିଗ୍ରି ହାସଲ କରିବା ପରବର୍ଷ ସେଠାରୁ ଅଧ୍ୟାପନା କୋର୍ସ ନେଇ ପଢ଼ା ଛାଡ଼ି ଦେଇଥିଲେ।

ସେ କହନ୍ତି: ମୋ କଲେଜ ପ୍ରିନ୍‌ସିପାଲ୍‌ ଓ୍ଵାରୟାମ୍‌ ସିଂହ ପ୍ରସ୍ତାବ ଦେଲେ କି ମୁଁ ସ୍ନାତକତ୍ତୋର ଡିଗ୍ରି ହାସଲ କରି ଅଧ୍ୟାପକ ହୁଏ। ମୋର ବି ସେଇ ଇଚ୍ଛା ଥିଲା, କିନ୍ତୁ ଭାଗ୍ୟକୁ ମୁଁ କେନିଆ ଚାଲିଯାଇ ସେଠାରେ ଶିକ୍ଷକ ଚାକିରି ପାଇଗଲି। ୧୯୯୧ ମୁଁ ଭାରତକୁ ଫେରିଲି ଏବଂ ୨୦୧୭ ଯାଏଁ କେତେଗୁଡ଼ିଏ ସ୍କୁଲ୍‌ରେ ପଢ଼ାଇଲି, କିନ୍ତୁ ସ୍ନାତକତ୍ତୋର ଡିଗ୍ରି ହାସଲ କରିବା ଇଚ୍ଛା ସବୁବେଳେ ମନରେ ଥାଏ।

ଦୁଇ ବର୍ଷ ତଳେ ସେ ଇଂରାଜିରେ ସ୍ନାତକତ୍ତୋର ପଢ଼ିବା ପାଇଁ ଫର୍ମ ପୂରଣ କରି ଡିଷ୍ଟାନ୍‌ସ୍‌ ଏଡୁକେସନ୍‌ କେନ୍ଦ୍ରରେ ଯୋଗ ଦେଲେ। ସେ ପୁଣି କହନ୍ତି: ମୋର ଇଚ୍ଛା ଶକ୍ତି ଏବଂ ଈଶ୍ୱରଙ୍କ ଆଶୀର୍ବାଦ ଯୋଗୁଁ ମତେ ଈପ୍‌ସିତ ପ୍ରାପ୍ତି ହେଲା। ପିଲାଟି କାଳରୁ ଇଂରାଜୀ ଥିଲା ମୋର ପ୍ରିୟ ବିଷୟ। କେନିୟାରେ ରହଣି ସମୟରେ ଏହା ଉପରେ ମାଷ୍ଟରି କରିବାର ସୁଯୋଗ ପାଇଥିଲି। ମୁଁ ଡିଗ୍ରି ହାସଲ କରିବି ବୋଲି ଜାଣିଥିଲି, ତେଣୁ ଏଥିରେ ସନ୍ଦେହ ନ ଥିଲା।

By amfnews

Related Post