Thu. Oct 1st, 2026

୭ ହାତୀ ମୃତ୍ୟୁ ଘଟନାର କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ କରାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

235 Views

ଭୁବନେଶ୍ୱର, ୨୮/୧୦: ଢେଙ୍କାନାଳ ସଦର ରେଞ୍ଜ୍‌ ଅନ୍ତର୍ଗତ ଓଡ଼ାପଡ଼ା ବ୍ଲକ୍‌ ଅଧୀନ କମଳାଙ୍ଗ ଗାଁ ପାଖରେ କେଉଁ ପରିସ୍ଥିତିରେ ୧୧ କେ. ଭି. ବିଜୁଳି ଆଘାତ ଯୋଗୁଁ ୭ଟି ହାତୀଙ୍କର ମୃତ୍ୟୁ ଘଟିଲା ତାହାର କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ କରାଇବାକୁ ରବିବାର ଦିନ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ବିୟୋଗାନ୍ତ ଘଟନାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ତଦନ୍ତ ପରେ ଯଦି ଏଥିରେ କୌଣସି ଅପରାଧିକ ଅବହେଳା ଜନିତ କାରଣ ଥିବା କଥା ଜଣାପଡ଼େ, ସେଥିଲାଗି ସମୁଚ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଆଦେଶ ଦେଇଛନ୍ତି।

ରେଳବାଇ ପୋଲ କାମ ପାଇଁ ସେସୁ ଟାଣି ଥିବା ଏହି ବିଜୁଳି ତା’ର ସଂସ୍ପର୍ଶରେ ଆସି ୫ଟି ମାଈ ଗୋଟିଏ ଦନ୍ତା ଓ ଗୋଟିଏ ଛୁଆହାତୀ ମୃତ୍ୟୁ ମୁଖରେ ପଡ଼ିଥିଲେ। ବନ ବିଭାଗ କର୍ମଚାରୀ ମଧ୍ୟ ତଳକୁ ଓହଳି ରହିଥିବା ସେ ବିଜୁଳି ତାର ଆଡ଼କୁ ଯାଉଥିବା ହାତୀମାନଙ୍କୁ ଘଉଡ଼ାଇ ବାରେ ସମର୍ଥ ହୋଇ ନ ଥଲେ।

By amfnews

Related Post