Thu. Jul 23rd, 2026

୭ ଘଣ୍ଟା ଧରି ଅର୍ଜୁନଙ୍କୁ ଏନସିବିର ପଚରାଉଚରା, ଡ଼୍ରଗ୍ସ ସହ ମୋର କୌଣସି ସମ୍ପର୍କ ନଥିବା ପ୍ରକାଶ କଲେ ଅର୍ଜୁନ

221 Views

ନୂଆଦିଲ୍ଲୀ, ନଭେମ୍ବର ୧୪ : ଡ୍ରଗ୍ସ ଲିଙ୍କ୍ ରେ ବଲିଉଡ୍ ଅଭିନେତା-ଅଭିନେତ୍ରୀଙ୍କୁ ଟାର୍ଗେଟ୍ କରିଛି ଏନସିବି । ଅଭିନେତା ଅର୍ଜୁନ ରାମପାଳଙ୍କୁ ଗତକାଲି ୭ ଘଣ୍ଟା ଧରି ଏନସିବି କାର୍ଯ୍ୟାଳୟରେ ପଚରାଉଚରା କରାଯାଇଥିଲା । ଏହା ପୂର୍ବରୁ ଅର୍ଜୁନ ରାମପାଲଙ୍କ ଲିଭ୍ ଇନ୍ ପାର୍ଟନର ଗ୍ରୋବ୍ରିଏଲାଙ୍କୁ ମଧ୍ୟ ଏନସିବି ପଚରାଉଚରା କରିଥିଲା । ଅର୍ଜୁନ ରାମପାଲଙ୍କ ଘରେ ଛାନଭିନ୍ ପରେ ଏନସିବି ଅଭିନେତା ଏବଂ ତାଙ୍କ ଲିଭ୍ ଇନ୍ ପାର୍ଟନର ଗୋବ୍ରିଏଲାଙ୍କୁ ସମନ ଜାରି କରିଥିଲା । ତାଙ୍କ ଘରୁ ବ୍ୟାନ୍ ହୋଇଥିବା ଔଷଧ ଜବତ କରାଯାଇଥିଲା ।

୭ ଘଣ୍ଟା ଧରି ଚାଲିଥିବା ପ୍ରଶ୍ନ ପରେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ ଏନସିବି କାର‌୍ୟ୍ୟାଳୟ ଛାଡିଛନ୍ତି। ତଦନ୍ତ ପ୍ରକ୍ରିୟାରେ ସେ ସମ୍ପୂର୍ଣ୍ଣ ସହଯୋଗ ବୋଲି ସେ କହିଛନ୍ତି। ଡ୍ରଗ୍ସ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି। ଅର୍ଜୁନ ରାମପାଲ କହିଛନ୍ତି ଯେ ତାଙ୍କ ଘରେ ମିଳିଥିବା େଓøଷଧ ଏବଂ ପ୍ରେସକ୍ରିପସନ୍ ଏନସିବି ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଅଧିକାରୀମାନେ ଏହାର ତଦନ୍ତ କରୁଛନ୍ତି ଏବଂ ମୁଁ ମଧ୍ୟ ଏହି ପକ୍ରିୟାରେ ସେମାନଙ୍କୁ ସାହାଯ୍ୟ କରୁଛି । 

By amfnews

Related Post