Fri. Sep 4th, 2026

୭୪ ବର୍ଷୀୟ ବୃଦ୍ଧ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ

231 Views

ପାରାଦୀପ : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍‌ ଅଞ୍ଚଳରେ ଜଣେ ୭୪ ବର୍ଷୀୟ ବୃଦ୍ଧ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଅଭିଯୁକ୍ତକୁ ଅଟକ ରଖିଛି।

ସୂଚନା ଅନୁସାରେ, ଗତକାଲି ମଧ୍ୟାହ୍ଣରେ ନାବାଳିକା ଜଣଙ୍କ ଅଭିଯୁକ୍ତଙ୍କ ଘର ନିକଟରେ କରିଥିବା ଦୋକାନରେ ଛିଡ଼ା ହୋଇଥିଲେ। ଏହାପରେ ଅଭିଯୁକ୍ତ ତାଙ୍କୁ ଚକୋଲେଟ୍‌ ଓ ପାଉଡର ଦେଇ ଘର ଭିତରକୁ ଡାକି ନେଇ ଦୁଷ୍କର୍ମ କରିଥିଲେ। ଏକଥା ପଡ଼ୋଶୀ ଘର ଲୋକେ ଜାଣି ପାରି ନାବାଳିକାଙ୍କ ପରିବାର ଲୋକଙ୍କୁ କହିଥିଲେ। ପରିବାର ଲୋକେ ସନ୍ଧ୍ୟାରେ ଅଭୟଚାନ୍ଦପୁର ଥାନାରେ ଏନେଇ ଏତଲା ଦେଇଥିଲେ। ପୁଲିସ୍‌ ପକ୍ସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଅଟକ ରଖିଛି।

By amfnews

Related Post