Sat. Jul 25th, 2026

୭୧ଟି ମେଣ୍ଢା ବଦଳରେ ସ୍ତ୍ରୀକୁ ପ୍ରେମିକ ସହ ଛାଡ଼ିଲେ ସ୍ୱାମୀ

251 Views

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲାରେ ଜଣେ ସ୍ୱାମୀ ୭୧ଟି ମେଣ୍ଢା ପରିବର୍ତ୍ତେ ନିଜ ସ୍ତ୍ରୀକୁ ତା’ର ପ୍ରେମିକ ସହ ଛାଡ଼ିବାକୁ ରାଜି ହୋଇଛନ୍ତି। ବିବାହିତା ପ୍ରେମିକାକୁ ନେଇ ପଳାଇଥିବା ଯୋଗୁଁ ପ୍ରେମିକ ପ୍ରତି ଗ୍ରାମପଞ୍ଚାୟତ ଏ ଭଳି ଦଣ୍ଡବିଧାନ କରିଥିବା କଥା ଜଣାପଡ଼ିଛି।

ସେ ମହିଳା ଓ ତାଙ୍କ ପ୍ରେମିକ ଓ ସ୍ୱାମୀ ପଞ୍ଚାୟତର ଏହି ନିଷ୍ପତ୍ତିକୁ ତୁରନ୍ତ ଗ୍ରହଣ କରି ନେଇଥିଲେ। କିନ୍ତୁ, ପ୍ରେମିକଙ୍କ ବାପା ରାମ ନରେଶ ଆସି ତାଙ୍କ ମେଣ୍ଢା ଫେରସ୍ତ ନେବାକୁ ଦାବି କଲେ ଏବଂ ସହାୟତା ପାଇଁ ଥାନାରେ ହାଜର ହୋଇଛନ୍ତି। ଘଟଣାଟି ହେଉଛି ଜୁଲାଇ ୨୨ ତାରିଖର। ଗୋରଖପୁର ଜିଲ୍ଲାର କ୍ଷୁଦ୍ର ସହର ପିପରାଇଚ ଠାରେ ୨୫ ବର୍ଷୀୟ ସୀମା ପାଲ୍‌ ତାଙ୍କ ୨୭ ବର୍ଷିୟ ପ୍ରେମିକ ଉମେଶ ପାଲଙ୍କ ସହ ପଳାଇ ଯାଇଥିଲେ।

ତାଙ୍କ ସ୍ୱାମୀ ଥାନାର ଦ୍ୱାରସ୍ଥ ହୋଇଥିଲେ ବି ପୁଲିସର ହସ୍ତକ୍ଷେପ ସଫଳ ହୋଇ ନ ଥିଲା। ପ୍ରେମିକା ଫେରିବାକୁ ମନା କରି ଦେଇଥିଲେ।
ପରେ ମହିଳାଙ୍କ ପ୍ରେମିକ ଓ ସ୍ୱାମୀ ଗୋରୁ ଚରାଇବା ସମୟରେ ଭେଟାଭେଟି ହୋଇଯିବାରୁ କଳହ ଆରମ୍ଭ ହୋଇଥିଲା। ପଞ୍ଚାୟତ ବସିଥିଲା। ପ୍ରେମିକଙ୍କୁ କୁହାଯାଇଥିଲା କି, ପଲେ ମେଣ୍ଢା କି, ମହିଳା ଭିତରୁ ସେ ଗୋଟିକୁ ନେବାକୁ ସ୍ଥିର କରନ୍ତୁ। ପ୍ରେମିକ ଜଣକ ମହିଳାଙ୍କୁ ନେବାକୁ କହିଥିଲେ। ତେଣୁ ପଞ୍ଚାୟତ ନିଷ୍ପତ୍ତି ଅନୁସାରେ ପ୍ରେମିକ ତାଙ୍କ ଘରେ ଥିବା ୧୪୨ଟି ମେଣ୍ଢାରୁ ୭୧ଟି ମେଣ୍ଢା ମହିଳାଙ୍କ ସ୍ୱାମୀଙ୍କୁ ଦେଇଥିଲେ। ଏବେ ମାମଲା ଥାନାରେ ରହିଛି।

By amfnews

Related Post