Fri. Oct 2nd, 2026

୬ କୋଟି ଡଲାର ଠକେଇ ମାମଲାରେ ଦୁଇ ଭାରତୀୟ ଆମେରିକାରେ ଗିରଫ

195 Views

ଓ୍ଵାସିଙ୍ଗଟନ୍‌, ନଭେମ୍ବର ୦୮: ଆମେରିକାରେ ଭାରତୀୟ ବଂଶୋଦ୍ଭବର ୨ ଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଭାରତୀୟ ମୂଳ ନିବାସୀ ୨ ବ୍ୟକ୍ତି ନ୍ୟୁୟର୍କ ଏବଂ ଶିକାଗୋ ଠାରେ ଜିନ୍ସ ବାୟଦା ବଜାରରେ ଷଡ଼ଯନ୍ତ୍ର କରି ୬ କୋଟି ଡଲାର ଠକେଇ କରିଥିବା ଅଭିଯୋଗ ହୋଇଛି। ସରକାରୀ ଓକିଲ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ନ୍ୟୁୟର୍କର କୃଷ୍ଣ ମୋହନ (୩୩) ଏବଂ କମଲଦୀପ ଗାନ୍ଧୀ (୩୬) ନିଜର ଦୋଷ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଟେକ୍ସାସର ଅଦାଲତରେ ମୋହନଙ୍କୁ ଫେବୃୟାରୀ ୨୮ରେ ଏବଂ ଗାନ୍ଧୀଙ୍କୁ ଫେବୃୟାରୀ ୨୨ରେ ସଜା ଶୁଣାଣୀ ହେବ।

ଆଇନ୍‌ ବିଭାଗ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ, ଉଭୟ ଅଭିଯୁକ୍ତ ଠକେଇ ଏବଂ ଷଡ଼ଯନ୍ତ୍ର ଅଭିଯୋଗକୁ ସ୍ୱୀକାର କରିଛନ୍ତି। ଉଭୟ କହିଛନ୍ତି ଯେ, ସେମାନେ ୨୦୧୨ ମାର୍ଚ୍ଚରୁ ୨୦୧୪ ମାର୍ଚ୍ଚ ମଧ୍ୟରେ ଟ୍ରେଡିଙ୍ଗ ଫର୍ମ-ଏ ୟୁଚୁନ ‘ବ୍ରୁସ’ ଓ କିଛି ଅନ୍ୟ ବ୍ୟକ୍ତିଙ୍କ ସହିତ ଏକାଠି ହୋଇ ଠକେଇ କରିଥିଲେ। ଏହା ଦ୍ୱାରା ବଜାରର ୬ କୋଟି ଡଲାର କ୍ଷତି ହୋଇଥିଲା।

By amfnews

Related Post