Wed. Oct 14th, 2026

୬୧ ବର୍ଷୀୟା ବୃଦ୍ଧାଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ୩୦ ବର୍ଷୀୟ ଯୁବକ ଗିରଫ

405 Views

ନୂଆଦିଲ୍ଲୀ: ଦିଲ୍ଲୀର ଲାଜପତ ନଗରରେ ଜଣେ ୬୧ ବର୍ଷୀୟା ବୃଦ୍ଧାଙ୍କ ସହ ଦୁଷ୍କର୍ମ ମାମଲାରେ ପୁଲିସ ଜଣେ ୩୦ ବର୍ଷୀୟ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କର ନାଆଁ ସୁଧୀର ସାବିତା। ସେ ଏକ ରେସ୍ତୁରାଁରେ କାମ କରୁଥିବା ଜଣାଯାଇଛି। ପୁଲିସ ସୂତ୍ରରୁ ଜଣାଯାଇଛି ଅଭିଯୁକ୍ତ ତା’ର ବଡଭାଇ ସହିତ ନିକଟରେ ଏକ ଭଡ଼ାଘରେ ରହେ। ଅପରପକ୍ଷରେ ଦୁଷ୍କର୍ମ ପୀଡିତା ନିଜ ଭଉଣୀଙ୍କ ସହିତ ରହେ।

ସେ ସନ୍ଧ୍ୟାରେ ପାର୍କକୁ ବୁଲିବାକୁ ଯାଇଥିବାବେଳେ ଉକ୍ତ ଅଭିଯୁକ୍ତ ତାଙ୍କ ସହ ଜବରଦସ୍ତି ଦୁଷ୍କର୍ମ କରିଥିଲା। ମହିଳାଜଣକ ପରେ ଥାନାରେ ଏତଲା ଦେବା ପରେ ପୁଲିସ ସିସିଟିଭି ଯାଞ୍ଚ କରି ୫୦ ଜଣ ସନ୍ଦିଗ୍ଧଙ୍କୁ ଥାନାକୁ ଡକାଇ ପଚରାଉଚୁରା କରିଥିଲା। ଅବଶେଷରେ ପୁଲିସ ଅଭିଯୁକ୍ତ ସୁଧୀରକୁ ଗିରଫ କରିଥିଲା।

By amfnews

Related Post