Fri. Apr 24th, 2026

୬୦ ମହଲା ଉଚ୍ଚ କୋଠା ସହିତ ସମକକ୍ଷ ସର୍ଦ୍ଦାର ପଟେଲ ମୂର୍ତ୍ତି ଭ୍ରମଣ କରିବା ପଡ଼ିବ ମହଙ୍ଗା, ଟିକେଟ ଦର ଜାଣନ୍ତୁ

382 Views

ଅହମଦାବାଦ: ଦୁଇ ଦିନ ପରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ। ଏହି ଅବସରରେ ଆଗାମୀ ଅକ୍ଟୋବର ୩୧ରେ ନର୍ମଦା ନଦୀରେ ନିର୍ମିତ ଲୌହମାନବ ପଟେଲଙ୍କ ମୂର୍ତ୍ତି(ଷ୍ଟ୍ୟାଚୁ ଅଫ୍‌ ୟୁନିଟି)କୁ ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିବେ। ଦେଶର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ମାନଚିତ୍ରରେ ସାମିଲ ହେବାକୁ ଥିବା ଏହି ସ୍ଥାନ ବୁଲିବାକୁ ପର୍ଯ୍ୟଟକମାନେ ଏବେଠାରୁ ଚିନ୍ତା କରୁଛନ୍ତି। କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱରେ ଯେତେ ଗୁଡ଼ିଏ ମୂର୍ତ୍ତି ନିର୍ମାଣ ହୋଇଛି, ପଟେଲଙ୍କ ମୂର୍ତ୍ତି ସବୁଠାରୁ ଉଚ୍ଚ। ଉଚ୍ଚତା ଦୃଷ୍ଟିରୁ ଏହି ମୂର୍ତ୍ତି ୬୦ ମହଲା କୋଠା ସହିତ ସମକକ୍ଷ।

ପ୍ରଧାନମନ୍ତ୍ରୀ ମୋଦି ମୋଦୀ ରବିବାର ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ କହିଛନ୍ତି, ସର୍ଦ୍ଦାର ପଟେଲ ଯେଉଁ ପବିତ୍ର ମାଟିରେ ଜନ୍ମ ଗ୍ରହଣ କରିଥିଲେ, ସେଠାକାର ଆକାଶର ଶୋଭାକୁ ମଧ୍ୟ ବଢ଼ାଇବେ। ଚୀନର ସ୍ପ୍ରିଙ୍ଗ ବୁଦ୍ଧ ପ୍ରତିମା ୧୨୦ ମିଟର ଥିବା ବେଳେ ନ୍ୟୁୟର୍କସ୍ଥିତ ଷ୍ଟ୍ୟାଚୁ ଅଫ୍‌ ଲିବର୍ଟିର ଉଚ୍ଚତା ହେଉଛି ୯୦ ମିଟର। ମାତ୍ର ପଟେଲଙ୍କ ମୂର୍ତ୍ତିର ଉଚ୍ଚତା ୧୮୨ ମିଟର, ଯାହାକୁ ଭାରତୀୟ ଏବଂ ଚୀନ ଶ୍ରମିକମାନେ ନିର୍ମାଣ କରିଛନ୍ତି।

ନଭଶ୍ଚୁମ୍ଭୀ ପ୍ରତିମାକୁ ଦେଖିବା ପାଇଁ ଦେଶ-ବିଦେଶରୁ ପର୍ଯ୍ୟଟକ ଆସିବେ। ସେଥିପାଇଁ ଆଖପାଖର ପର୍ଯ୍ୟଟନସ୍ଥଳକୁ ବିକାଶ କରାଯାଉଛି। ଏଠାରୁ ୩ କିଲୋମିଟର ଦୂରରେ ଏକ ଟେଣ୍ଟ ସିଟି ନିର୍ମାଣ କରାଯାଉଛି। ପ୍ରତିମା ନିକଟକୁ ଯିବାକୁ ହେଲେ ଡଙ୍ଗାର ସାହାଯ୍ୟ ନେବାକୁ ପଡ଼ିବ। ଏଥି ପାଇଁ ପର୍ଯ୍ୟଟକଙ୍କୁ ଟିକେଟ ପାଇଁ ୩୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ବର୍ଷ ୨୦୧୪ରେ ନିର୍ମାଣ ଆରମ୍ଭ ହୋଇଥିବା ପଟେଲଙ୍କ ମୂର୍ତ୍ତିରେ ୩୦୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି।

By amfnews

Related Post