Fri. Jul 3rd, 2026

୬ଟି ଅଫୁଟା ବୋମା ଜବତ କଲା ପୁଲିସ

276 Views

ପାଟକୁରା, ଜାନୁଆରୀ ୨୫ : ଗତ ଦୁଇଦିନ ହେବ କେନ୍ଦ୍ରାପଡ଼ା ସହରର ହାଇସ୍କୁଲ ପଡ଼ିଆରେ ସଭା କରିବାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ପରିପ୍ରେକ୍ଷୀରେ ଅଶାନ୍ତ ହୋଇ ଉଠିଛି ସମଗ୍ର କେନ୍ଦ୍ରାପଡ଼ା ସହର। ଏପରିକି ଗତକାଲି ଅପରାହ୍ଣ ୪ଟାରୁ ସହରରେ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ଆଜି ସକାଳୁ ଏହାକୁ ପ୍ରଶାସନ ଉଠାଇ ନେଇଛି। ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଥିବା ବେଳେଆଜି ସକାଳେ କେନ୍ଦ୍ରାପଡ଼ା ଟାଉନ୍‌ ଠାରୁ ୮ କିଳୋମିଟର ଦୂର ପାଟପୁରା ଥାନା ଅନ୍ତର୍ଗତ ପେଣ୍ଠ ଗ୍ରାମର ରାସ୍ତ୍‍ାକଡ଼ରୁ ୬ଟି ଅଫୁଟା ବୋମା ପୁଲିସ ଜବତ କରିଛି।

ତେବେ ଏହି ଘଟରାକୁ ପୁଲିସ ଅତି ସତର୍କତାର ସହିତ ପରିଚାଳନା କରିଥିବାରୁ ବୋମା ଉଦ୍ଧାର ଘଟଣା ନେଇ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ପାଟକୁରା ଥାନା, ମାର୍ଶାଘାଇ ବ୍ଲକ୍‌ର ଆଖୁଆ- କଳପଡ଼ା ରାସ୍ତାର ପେଣ୍ଠ ଗ୍ରାମ ନିକଟ ରାସ୍ତାକଡ଼ରେ ୬ଟି ବୋମା ରଖାଯାଇଥିବା ନେଇ ଆଜି କେତେକ ଲୋକ ଦେଖିଥିଲେ। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ସୃଷ୍ଟି ହେବା ପୂର୍ବରୁ ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଏହି ବୋମାଗୁଡ଼ିକୁ ଜବତ କରି ଥାନାକୁ ନେଇ ଯାଇଛିି। ସାମ୍ପ୍ରଦାୟିକ ବିଦ୍ୱେଷ ବୃଦ୍ଧି କରିବା ପାଇଁ କେହି ଏପରି କାଣ୍ଡ ଘଟାଇ ଥାଇ ପାରନ୍ତି ବୋଲି ପୁଲିସ ଆଶଙ୍କା କରୁଛି।

By amfnews

Related Post