Fri. Apr 24th, 2026

୫ ହୋଟେଲ ଉପରେ ଚଢ଼ଉ, ସିଲ୍ ହେଲା ଗେଷ୍ଟ ହାଉସ୍‌

138 Views

ଭୁବନେଶ୍ୱର :  ବର୍ତ୍ତମାନ ସାରା ବିଶ୍ୱ କରୋନା ପରି ମହାମାରୀର ମୁକାବିଲା କରୁଛି। ଆମ ଦେଶରେ ଏହାକୁ ଜାତୀୟ ବିପତ୍ତି ଘୋଷଣା କରାଯାଇଥିବା ବେଳେ ରାଜ୍ୟ ସରକାର ମଧ୍ୟ ଏହାର ମୁକାବିଲା ଲାଗି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।

ଏହି ପରିପ୍ରେକ୍ଷୀରେ ବିଦେଶରୁ ଆସିଥିବା ଲୋକେ ରାଜ୍ୟ ସରକାରଙ୍କ ନିକଟରେ ୪୮ ଘଣ୍ଟା ମଧ୍ୟରେ ପଞ୍ଜୀକରଣ କରିବା ପାଇଁ କଟକଣା ଜାରି କରାଯାଇଛି। ଏହାବ୍ୟତୀତ ବାହାର ରାଜ୍ୟରୁ ଆସିଥିବା ପର୍ଯ୍ୟଟକ ହୋଟେଲ ଓ ଗେଷ୍ଟ ହାଉସରେ ରହୁଥିଲେ ସରକାରଙ୍କୁ ସୂଚନା ଦେବାକୁ ହୋଟେଲ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଏହାକୁ ବେଖାତିର କରି କିଛି ହୋଟେଲ ଓ ଗେଷ୍ଟହାଉସ ମାଲିକ ସରକାରଙ୍କ ଏହି ନିର୍ଦ୍ଦେଶକୁ ଅବମାନନା କରିଛନ୍ତି।

ରାଜଧାନୀରେ କିଛି ହୋଟେଲ ଓ ଗେଷ୍ଟହାଉସ୍‌ ବାହାର ରାଜ୍ୟରୁ ଆସିଥିବା ପର୍ଯ୍ୟଟକଙ୍କ ସଂପର୍କରେ ସୂଚନା ଦେଇ ନ ଥିବାରୁ ଆଜି ବିଏମ୍‌ସି , ବିଡିଏ ଓ କମିଶନରେଟ ପୁଲିସ୍‌ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱରର ୫ଟି ହୋଟେଲ ଉପରେ ଚଢ଼ଉ ହୋଇଥିବା ବେଳେ ଜୟଦେବ ବିହାରସ୍ଥିତ ଏକ ଗେଷ୍ଟ ହାଉସକୁ ସିଲ୍ କରି ଦିଆଯାଇଛି।

ମହାରାଷ୍ଟ୍ର ଓ ଦିଲ୍ଲୀରୁ ଆସିଥିବା ପର୍ଯ୍ୟଟକ ସେଠାରେ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ରହିଥିଲେ। ତେବେ ଗେଷ୍ଟ ହାଉସ ପକ୍ଷରୁ ପ୍ରଶାସନକୁ ଏନେଇ ସୂଚନା ଦିଆଯାଇନଥିବା ଅଭିଯୋଗ ହୋଇଛି।

By amfnews

Related Post