Sun. Sep 6th, 2026
573 Views

କଟକ : କଟକ ଜଗତପୁର ଥାନା ତ୍ରିଲୋଚନପୁର ମହାଜନପୁର ଗାଁରେ ବେଆଇନ ବାଣ କାରଖାନା ଚାଲିଥିବା ସୂଚନା ପାଇ ପୁଲିସ୍‌  କାଲି ବିଳମ୍ବିତ ରାତିରେ ଚଢଉ କରିଥିଲା। ଚଢଉ ବେଳେ ବିପୁଳ ପରିମାଣର ବାଣ, ବିସ୍ଫୋରକ, ଲୁହା ଗୁଣ୍ଡ, ବାରୁଦ ଆଦି ଜବତ ହୋଇଛି।  ଜବତ ସାମଗ୍ରୀର ମୂଲ୍ୟ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାଯାଇଛି। ଏହି ଘଟଣାରେ ପୁଲିସ୍‌ ୧୨ ଜଣଙ୍କୁ ଅଟକ ରଖିଛି।

ଗତ ବର୍ଷ ମଧ୍ୟ ଜଗତପୁର ଅଞ୍ଚଳରୁ ବିପୁଳ ପରିମାଣର ବାଣ ଜବତ କରାଯାଇଥିଲା। ଏଥିଯୋଗୁ କମିଶନରେଟ ପୁଲିସ୍‌ ଏହି ଅଞ୍ଚଳ ଉପରେ କଡ଼ା ନଜର ରଖିଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜଗତପୁର ଥାନା ଆଇଆଇସି ୪ ପ୍ଲାଟୁନ୍ ଫୋର୍ସ ସହ  ଚଢ଼ଉ କରିଥିଲେ। ଏଠାରେ ବାଣ ପ୍ରସ୍ତୁତ ହୋଇ ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଥିବା ଜଣାଯାଇଛି।

By amfnews

Related Post