Sun. Oct 18th, 2026
238 Views

ଭୁବନେଶ୍ୱର : ବର୍ଷା ପରେ ରାଜ୍ୟରେ ଶୀତର ଲହରି ଜାରି ରହିଛି। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଏହି ଶୀତର ଲହରି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ସୁଧାକର ମଲ୍ଲିକ କହିଛନ୍ତି,“ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଅସହ୍ୟ ଶୀତ ଲାଗି ରହିବ। କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ କମ୍ ରହିବ। ଆସନ୍ତା ୨୪ ଘଣ୍ଟା ପାଇଁ ଚାରୋଟି ଜିଲ୍ଲାରେ କୋଲ୍ଡ ୱେଭ କଣ୍ଡିସନ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ସୋନପୁର, ବୌଦ୍ଧ ଓ ଅନୁଗୋଳ।”

ଶ୍ରୀ ମଲ୍ଲିକ କହିଛନ୍ତି, “ଏହି ସମୟରେ ଆକାଶ ମେଘମୁକ୍ତ ରହିବ। କେତେକ ସ୍ଥାନରେ କୁହୁଡି ଦେଖାଯିବ। ଧୀରେ ଧୀରେ ଶୀତର ପ୍ରକୋପ କମିବ। ଉଭୟ ଦିନ ଓ ରାତିର ତାପମାତ୍ରା ବୃଦ୍ଧି ପାଇବ। ”

By amfnews

Related Post