Fri. Oct 16th, 2026

୪୩ ବର୍ଷ ବୟସରେ ଏକତା କପୁର ବନିଲେ ମା’, ପୁତ୍ର ସନ୍ତାନକୁ ଦେଲେ ଜନ୍ମ

458 Views

ଏକତା କପୁର ସରୋଗେସି ଜରିଆରେ ଏକ ପୁତ୍ର ସନ୍ତାନର ମା’ ବନିଛନ୍ତି। ସରୋଗେସି ଜରିଆରେ ଗତ ଜାନୁଆରି ୨୭ ତାରିଖରେ ସେ ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି। ଏବେ ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି। ଖୁବ୍‌ ଶୀଘ୍ର ଏକତା ତାଙ୍କ ପୁତ୍ର ସନ୍ତାନକୁ ଧରି ହସ୍‌ପିଟାଲ୍‌ରୁ ଘରକୁ ଫେରିବେ। ଏହି ଶିଶୁର ସ୍ୱାଗତ ପାଇଁ ସମ୍ପୂର୍ଣ୍ଣ କପୁର ପରିବାର ଜୋର୍‌ସୋର୍‌ରେ ଲାଗି ପଡ଼ିଛନ୍ତି।

ଏହା ପୂର୍ବରୁ ଏକତାଙ୍କ ଭାଇ ତୁଷାର କପୁର ସରୋଗେସି ଜରିଆରେ ପିତା ବନିଥିଲେ। ପାଖାପାଖି ତିନିବର୍ଷ ପୂର୍ବରୁ ସରୋଗେସି ଜରିଆରେ ପିତା ବନିଥିବା ତୁଷାର କପୁରଙ୍କ ପୁଅର ନାମ ଲକ୍ଷ୍ୟ କପୁର ରହିଛି।

By amfnews

Related Post