Sat. Jul 25th, 2026

୪ଟି ଦେଶରେ ୧୦ ହଜାର ଟପିଲା କରୋନା ମୃତ୍ୟ

194 Views

ନୂଆଦିଲ୍ଲୀ: ବିଶ୍ୱର ୨୦୯ଟି ଦେଶକୁ ବ୍ୟାପିଛି ମହାମାରୀ କରୋନା। ସାରା ବିଶ୍ୱରେ ଏଯାବତ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୩୧,୭୦୬ ଛୁଇଁଛି। ୮୨, ୦୮୦ ଲୋକଙ୍କ ମୃତ୍ୟୁ ଘଟିଛି। ୨୦୯ଟି ଦେଶ ମଧ୍ୟରୁ ୪ଟି ଦେଶରେ ମୃତକଙ୍କ ସଂଖ୍ୟା ୧୦ ହଜାର ଟପିଛି।

ଇଟାଲୀରେ ସର୍ବାଧିକ ୧୭,୧୨୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ, ସ୍ପେନରେ ୧୪,୦୪୫, ଆମେରିକାରେ ୧୨,୮୫୪ ଏବଂ ଫ୍ରାନ୍ସରେ ୧୦,୩୨୮ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୪୦୦,୪୧୨ ରହିଛି। ଯାହାକି ୨୦୯ଟି ଦେଶ ମଧ୍ୟରୁ ସର୍ବାଧିକ। ଏହାପରେ ସ୍ପେନରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୧,୯୪୨, ଇଟାଲୀରେ ୧୩୫,୫୮୬ ଓ ଫ୍ରାନ୍ସରେ ୧୦୯,୦୬୯ ରହିଛି।

ତେବେ ଏହି ଭାଇରସରେ କେନ୍ଦ୍ରସ୍ଥଳୀ କୁହାଯାଉଥିବା ଚାଇନାରେ  ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୮୧,୮୦୨ ରହିଥିବା ବେଳେ ମୃତକଙ୍କ ସଂଖ୍ୟା ୩,୩୩୩ ରହିଛି। ଯାହାକୁ ନେଇ ଅନେକ ଦେଶ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଚାଇନା ସରକାର ଆକ୍ରାନ୍ତଙ୍କ ସଂଖ୍ୟା ଲୁଚାଉଥିବା ନେଇ ବ୍ରିଟେନ, ଆମେରିକା ଆଦି ଦେଶ ସନ୍ଦେହ ପ୍ରକାଶ କରିଛନ୍ତି।

By amfnews

Related Post