Thu. Oct 15th, 2026

୪ଟା ଠାରୁ ୪ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ, ହେବ ଗୁପ୍ତ ନୀତି

347 Views

ପୁରୀ: ଗୁରୁବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଅପରାହ୍ନ ସାଢ଼େ ୪ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଅର୍ଥାତ୍‌ ଶ୍ରୀମନ୍ଦିରରେ ଏହି ଗୁପ୍ତ ନୀତି ହେତୁ ଶ୍ରୀମନ୍ଦିରରେ ଜୟବିଜୟ ଦ୍ୱାର ବନ୍ଦ ହେବ। ଏଥିପାଇଁ୪ ଘଣ୍ଟା ଧରି ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କୁ ଦର୍ଶନ କରି ପାରିବେ ନାହିଁ ବୋଲି ଶ୍ରୀମନ୍ଦିର ସୂଚନା ଅଧିକାରୀ ସୁଦୀପ ଚାଟାର୍ଜୀ ଏହି ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିରରର ଅନେକ ନୀତିକାନ୍ତି ମଧ୍ୟରୁ ବନକଲାଗି ଗୋଟିଏ ନୀତି। ଛତିଶାନିଯୋଗ ସେବାକାରୀଙ୍କ ମଧ୍ୟରୁ ଦତ୍ତ ମହାପାତ୍ର ସେବକମାନେ ଏହି ନୀତି ସମ୍ପନ୍ନ କରିଥାନ୍ତି। ରୂପା ପିଙ୍ଗଣ ବା ବଟାରେ ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଏହି ନୀତି ସମ୍ପନ୍ନ ହୋଇଥାଏ। ବନକଲାଗି ସମୟରେ ଅନ୍ୟ କୌଣସି ନୀତି ପାଳନ ହୋଇ ନ ଥା। ଏଥିପାଇଁ ମହାପ୍ରଭୁଙ୍କ ଦର୍ଶନକୁ ମଧ୍ୟ ବନ୍ଦ କରିଦିଆ ଯାଇଥାଏ। ବନକ ଲାଗିର ଅର୍ଥ ହେଉଛି ଶ୍ରୀବିଗ୍ରହମାନଙ୍କୁ ବର୍ଣ୍ଣ-କରିବା ବା ରଙ୍ଗ କରିବା। ଏହାକୁ ଶ୍ରୀମନ୍ଦିରର ପାରମ୍ପରିକ ଭାଷାରେ ‘ବନକଲାଗି’ ବୋଲି କୁହାଯାଏ।

By amfnews

Related Post