Fri. Aug 14th, 2026

୩ ବର୍ଷର ଝିଅକୁ ତଣ୍ଟି ଚିପି ହତ୍ୟା କଲା ସାବତ ମା’!

334 Views

ଭବାନୀପାଟଣା : ଏକ ତିନି ବର୍ଷର ଶିଶୁକନ୍ୟାକୁ ତା’ ସାବତ ମା’ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଲାଖପଦର ଗାଁରୁ ଏହି ଅଭିଯୋଗ ଆସିଛି। ମୃତ ଶିଶୁର ନାଁ ନନ୍ଦିନୀ ସା।

ଗତକାଲି ସନ୍ଧ୍ୟାରେ ନନ୍ଦିନୀ ଖେଳି ସାରି ଘରକୁ ଆସିଥିଲା। ତା’ପରେ ତା’ ସାବତ ମା’ ଆଶା ସାହୁ ତାକୁ କୌଣସି କାରଣରୁ ତଣ୍ଟି ଚିପି ମାରି ଦେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ନନ୍ଦିନୀର ବାପା ଯୁଗେଶ୍ୱର ସା ରାତିରେ କାମ ସାରି ଘରକୁ ଫେରିବା ପରେ ଝିଅ ଶୋଇ ପଡ଼ିଛି ବୋଲି ଆଶା କହିଥିଲେ। ହେଲେ ଯୁଗେଶ୍ୱର ଯେତେବେଳେ ଝିଅକୁ ଉଠାଇବାକୁ ଚେଷ୍ଟା କଲେ ସେତେବେଳେ ସେ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ତା’ ପାଟିରେ ରକ୍ତ ଲାଗିଥିଲା।

ଘଟଣା ସଂପର୍କରେ ଜଣାପଡ଼ିବା ପରେ ନନ୍ଦିନୀର ମାମୁ ନର୍ଲା ଥାନାରେ ଏତଲା ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା ଏବଂ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ନନ୍ଦିନୀର ବାପା ଓ ସାବତ ମା’କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି।ସୂଚନାଯୋଗ୍ୟ, ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ଯୁଗେଶ୍ୱର ଆଶା ସାହୁଙ୍କୁ ଦ୍ୱିତୀୟ ବିବାହ କରିଥିଲେ।

By amfnews

Related Post