Sun. Sep 27th, 2026

୩୯୦ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

178 Views

ଚିତ୍ରକୋଣ୍ଡା  : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୁଲିସ୍‌ ଏକ ୧୨ ଚକିଆ ଟ୍ରକ୍‌ରୁ ୩୯୦ କେଜି ଗଞ୍ଜେଇ ଜବତ କରିଛି।  ଏଥିସହ ପୁଲିସ୍‌ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଚିତ୍ରକୋଣ୍ଡା ଥାନା ଆଇଆଇସି ଶ୍ରୀରାମ ପ୍ରସାଦ ନାଗ କହିଛନ୍ତି।malkangiri

ସୂଚନା ଅନୁସାରେ, ଗତକାଲି ବିଳମ୍ୱିତ ରାତିରେ ଚିତ୍ରକୋଣ୍ଡା ସ୍ଥିତ ଏସାର କମ୍ପାନୀ ଛକରେ ପୁଲିସ୍ ପାଟ୍ରୋଲିଂ କରୁଥିବା ବେଳେ ଏକ ୧୨ ଚକିଆ ଟ୍ରକ୍‌ ଦ୍ରୁତ ଗତିରେ ଆସୁଥିଲା। ପୁଲିସ୍‌ ଟ୍ରକ୍‌ଟିକୁ ଅଟକାଇ ଯାଞ୍ଚ କରିଥିଲା। ଏହି ସମୟରେ ଟ୍ରକ୍ ଭିତରୁ ୩୯୦ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଏହି ଗଞ୍ଜେଇ ଆନ୍ଧ୍ରପ୍ରଦେଶର ଦାରାକୋଣ୍ଡାରୁ ହରିୟାଣାକୁ ଯାଉଥିଲା।

By amfnews

Related Post