Wed. Jun 10th, 2026

୩୪ ବର୍ଷୀୟା ମହିଳା ଜର୍ମାନର ଏହି ୯୧ ବର୍ଷିଅଙ୍କ ସହ ସଂପର୍କରେ ଛନ୍ଦି ହେଲେ!

469 Views

ଜାତି, ଧର୍ମ, ବର୍ଣ୍ଣ, ବୟସ, କ୍ଷମତା, ଯୋଗ୍ୟତା ବା ଅବସ୍ଥାକୁ ନ ଦେଖିପାରୁଥିବା ଭାବନାଟି ହିଁ ପ୍ରେମ। ଏପରିକି ସାମ୍ନାରେ ଯିଏ ଅଛି ସିଏ ଜୀବନ୍ତ ନା କୌଣସି ସାମଗ୍ରୀ ତାହା ବି ଦେଖେନା ଭଲପାଇବା। ସେପରି ଏକ ଉଦାହରଣ ହେଉଛନ୍ତି ଆମାନ୍ଦ ଲିବର୍‌ଟି। ଏହି ମହିଳାଙ୍କ ବୟସ ୩୪ ବର୍ଷ। ଆମାନ୍ଦ ହେଉଛନ୍ତି ଇଂଲଣ୍ଡର ବାସିନ୍ଦା। ତାଙ୍କ କ୍ଷେତ୍ରରେ ଯାହା ଘଟିଛି ତାହା ସଂପୂର୍ଣ୍ଣ ନିଆରା। ଏବେ ଚର୍ଚ୍ଚା ପାଲଟିଛି ଆମାନ୍ଦଙ୍କ ପ୍ରେମ କାହାଣୀ। ମଜା କଥା ହେଉଛି, ସେ ନିକଟରେ କୌଣସି ବ୍ୟକ୍ତି ନୁହଁନ୍ତି ବରଂ ଜର୍ମାନର ଏକ ୯୧ ବର୍ଷର ଝୁମର ସହ ସଂପର୍କରେ ଥିବା ଘୋଷଣା କରିଛୁନ୍ତି। ଉକ୍ତ ଝୁମରଟିର ନାମ ସେ ଦେଇଛନ୍ତି ଲୁମିୟାର୍‌।

 

ଇବେରୁ କିଣିଥିବା ଉକ୍ତ ଝୁମର ପ୍ରତି ନିଜର ପ୍ରେମ ପ୍ରମାଣ କରିବା ପାଇଁ ଆମାନ୍ଦ ନିଜ ହାତରେ ସେହି ଝୁମରର ଏକ ଟାଟୁ ବି କରିଛନ୍ତି। ସେ ତାଙ୍କ ଝୁମର୍‌ର ଟାଟୁକୁ ଇନ୍‌ଷ୍ଟାଗ୍ରାମରେ ସେୟାର୍‌ କରି ଟାଟୁ କରାଳିକୁ ଧନ୍ୟବାଦ୍‌ ଅର୍ପଣ କରିଛନ୍ତି

ସେ ନିକଟରେ ଝୁମର ସହ ସଂପର୍କରେ ରହିଥିବା ଘୋଷଣା କରିବା ପରେ ଆଗାମୀ ଭବିଷ୍ୟତରେ ଏକ ପ୍ରତିବନ୍ଧତା ଉତ୍ସବ କରିବେ ବୋଲି ଆମାନ୍ଦ ଜଣାଇଛନ୍ତି। ବସ୍ତୁ-ପଦାର୍ଥ ପ୍ରତି ତାଙ୍କର ଅହେତୁକ ଆକର୍ଷଣ ହି ତାଙ୍କୁ ଏପରି କରିବାକୁ ବାଧ୍ୟ କରୁଛି ବୋଲି ଗବେଷଣାରୁ ଜାଣିବାକୁ ମିଳିୁଛି।

 

ନିକଟରେ ଏକ ସାକ୍ଷାତ୍‌କାରରେ ଆମାନ୍ଦ କହିଛନ୍ତି କି ତାଙ୍କ ଘରେ ୩୦ ରୁ ଊର୍ଧ୍ୱ ଝୁମର୍‌ ରହିଛି। କେହି ବି ଝୁମର ଅନ୍ୟ ଝୁମରଙ୍କୁ ଈର୍ଷା କରନ୍ତି ନାହିଁ। କାହିିଁକି ନା, ସମସ୍ତେ ଜାଣନ୍ତି କି ସମସ୍ତଙ୍କୁ ଆମାନ୍ଦ ଭିନ୍ନ କାରଣ ହେତୁ ପ୍ରେମ କରନ୍ତି ବୋଲି ସେ ଜଣାଇଛନ୍ତି।

By amfnews

Related Post