Fri. Jul 24th, 2026

୨୬ କୋଟି କୃଷକଙ୍କର ୪ ଲକ୍ଷ କୋଟି ଟଙ୍କାର କୃଷି ଋଣ ଛାଡ କରିବେ ନରେନ୍ଦ୍ର ମୋଦି !

717 Views

  ଭାଷାଭାଷୀ ତିନିଟି ରାଜ୍ୟ ମଧ୍ୟ ପ୍ରଦେଶ,ଛତିଶଗଡ ଓ ରାଜସ୍ଥାନରେ ଭାରତୀୟ ଜନତା ପାର୍ଟି ପରାଜୟ ବରଣ କରିବା ପରେ ଏବେ  କେନ୍ଦ୍ର ସରକାର ଗ୍ରାମୀଣ ଭୋଟରମାନଙ୍କୁ ଆକର୍ଷିତ କରିବା ଲାଗି ମାଷ୍ଟର ଷ୍ଟ୍ରୋକ୍‌ ଖେଳିପାରନ୍ତି। ସରକାରୀ ସୂତ୍ର ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପୂର୍ବରୁ ଏକ ବଡ ଘୋଷଣା କରିପାରନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ୨୬ କୋଟି କୃଷକଙ୍କର ଉପରେ ଥିବା ୪ ଲକ୍ଷ କୋଟି ଟଙ୍କାର କୃଷି ଋଣ ଚଛାଡ କରିବାର ଯୋଜନା କରୁଛନ୍ତି। ଏଥିଲାଗି ଧନ ଆବଣ୍ଟନ ଯୋଜନା ଆରମ୍ଭ ହୋଇଛି। ଏହା ଏଯାବତ୍‌ ହୋଇଥିବା ସବୁଠାରୁ ବଡ଼ ଋଣ ଛାଡ ଯୋଜନା ହେବ। ଏଠାରେ ସୂଚନାଯୋଗ୍ୟ ଯେ ୨୦୦୮ରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସାତ ଲକ୍ଷ ୨୦ ହଜାର ଟଙ୍କାର କୃଷି ଋଣ ଛାଡ କରିବାର ଘୋଷଣା ପରେ ୨୦୦୯ରେ ଅଧିକ ସଂଖ୍ୟକ ସିଟ୍‌ରେ ୟୁପିଏ ସରକାର ବିଜୟୀ ହୋଇଥିଲା। କିନ୍ତୁ ନରେନ୍ଦ୍ର ମୋଦି ଯଦି ଏହି କୃଷି ଋଣ ଛାଡ ଯୋଜନାକୁ ଆପଣାନ୍ତି,ତେବେ ଦେଶର ଅଧିକ କ୍ଷତି ବଢିବ ଓ ଜିଡିପି ମାତ୍ର ୩.୩ ପ୍ରତିଶତ ରହିବ।ଏଠାରେ ସୂଚନାଯୋଗ୍ୟ ଯେ ଉତ୍ତରପ୍ରଦେଶରେ ଭାଜପା ପ୍ରଥମେ କୃଷି ଋଣ ଛାଡ ଘୋଷଣା କରି କ୍ଷମତାକୁ ଫେରିଥିଲା।

By amfnews

Related Post