Thu. May 16th, 2024

୨୫ ହଜାର ଦର୍ଶକଙ୍କୁ ନେଇ ପାଳିତ ହେବ ସାଧାରଣତନ୍ତ୍ର ଦିବସ

By Prasanta Patnaik Dec 31, 2020 #Featured
205 Views

ଦିଲ୍ଲୀ,ଡିସେମ୍ବର 31 : କରୋନା ମହାମାରୀ ପାଇଁ ସାମାଜିକ ଦୂରତାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଏବେ କରୋନାର ଆଉ ଏକ ନୂଆ ରୁପ ସାମ୍ନା କୁ ଆସିଛି ଯାହାକୁ ନେଇ ଲୋକମାନେ ଅଧିକ ଆତଙ୍କିତ ହୋଇପଡ଼ିଛନ୍ତି ।

ତେବେ ଏହି କାରଣ ରୁ ୨୬ ଜାନୁୟାରୀ ବା ସାଧାରଣତନ୍ତ୍ର ଦିବସରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ । ପରେଡର ଦୂରତାକୁ ବି କମ୍ କରି ଦିଆଯିବା ସହ ଦର୍ଶକଙ୍କ ସଂଖ୍ୟାକୁ ସୀମିତ କରାଯାଇଛି । ଏଥର ମାତ୍ର ୨୫ ହଜାର ଦର୍ଶକଙ୍କ ଅନୁମତି ମିଳିଥିବା ସୂଚନା ରହିଛି ।

ଏଥରର ପରେଡ ବିଜୟ ଚୌକରୁ ଆରମ୍ଭ ହୋଇ ଲାଲକିଲା ପର‌୍ୟ୍ୟନ୍ତ ନ ଯାଇ ନ୍ୟାଶନାଲ ଷ୍ଟାଡିୟମ ପର‌୍ୟ୍ୟନ୍ତ ଯିବାର ଯୋଜନା ରହିଛି । ନଭେମ୍ବରରୁ ପାଖାପାଖି ୨ ହଜାର ସେନା ସାଧାରଣତନ୍ତ୍ର ଦିବସ ଓ ସେନା ଦିବସ ପାଇଁ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି ।

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post