Sun. May 12th, 2024

୨୪ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିଝଡ, ପାଣିପାଗ ବିଭାଗ କଲା ସତର୍କ

rout.subhashree22@gmail.com' By Subhashree Rout May 15, 2018 #Featured
225 Views

ରାଜ୍ୟରେ ଲାଗି ରହିଛି ଘୂର୍ଣ୍ଣିଝଡର ତାଣ୍ଡବ । ପାଣିପାଗ ବିଭାଗର ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିଝଡର ଆଶଙ୍କା କରିଛି । କେନ୍ଦୁଝର, ଦେବଗଡ, ଅନୁଗୋଳ, ସୋନପୁର, ବୌଦ୍ଧ, ଢ଼େଙ୍କାନାଳ, ଝାରସୁଗୁଡା, କଳାହାଣ୍ଡି, ନୂଆପଡା, ସୁନ୍ଦରଗଡ, ମୟୁରଭଞ୍ଜ, ରାୟଗଡା ଆଦି ଜିଲ୍ଲାରେ ଘୂର୍ଣ୍ଣିଝଡ ପ୍ରଭାବରେ ପ୍ରବଳ ବର୍ଷା ଲାଗି ରହିବ । ଏହି ସମୟରେ ପବନର ବେଗ ଘଣ୍ଟାକୁ ୫୦ ରୁ ୬୦ କିମି ରହିବା ବେଳେ କୁଆପଥର ବୃଷ୍ଟି ହୋଇପାରେ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ । ଅନ୍ୟପକ୍ଷରେ ବର୍ଷା, ଘୂର୍ଣ୍ଣିଝଡ କାରଣରୁ ରାଜ୍ୟରେ ୬ ଜଣଙ୍କର ମୃତ୍ୟୁ ହେଲାଣି । ତେବେ ଆସନ୍ତା ୪୮ ଘଣ୍ଟା ପରେ ପାଗ ପୁଣି ବଦଳି ଗରମ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

 

 

Related Post