Sun. Oct 18th, 2026
289 Views

ଭୁବନେଶ୍ୱର :  କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଗାଁରୁ କୁଖ୍ୟାତ ହାତୀ ଶିକାରୀ ବାବୁଲି ମହାଳିକକୁ ବନ ବିଭାଗ ଗିରଫ କରିଛି। ତା’ ନିକଟରୁ ସିଙ୍ଗଲ ବ୍ୟାରେଲ ଦେଶୀ ବନ୍ଧୁକ, ହରିଣ ଛାଲ ଓ ଶିଙ୍ଗ ଜବତ ହୋଇଛି।

ବାବୁଲିକୁ ବନ ବିଭାଗ ଜେରା କରିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି। ସେ ୨୦ରୁ ଅଧିକ ହାତୀ ମାରିଥିବା ସ୍ୱୀକାର କରିଛି। ଗୋଟିଏ ହାତୀକୁ ଗୁଳି କରିବାକୁ ସେ ୩୦ ହଜାର ଟଙ୍କା ନେଉଥିଲା। ହାତୀ ମାରିବା ପରେ ସେ ନୟାଗଡ଼ ଅଞ୍ଚଳରେ ଦାନ୍ତ ବିକୁଥିଲା। ୨୦୧୮ ମସିହା ଫେବୃଆରୀ ୨୦ ତାରିଖରେ ବାବୁଲି ଓ ତା’ର ସହଯୋଗୀମାନେ ଆଠଗଡ଼ ବନଖଣ୍ଡର ମାଣିଆବନ୍ଧ ସେକ୍ସନରେ ଦୁଇଟି ଦନ୍ତା ହାତୀକୁ ମାରି ମୁଣ୍ଡ ଓ ଦାନ୍ତ କାଟି ନେଇଯାଇଥିଲେ। ଏ କଥା ବି ସେ ଜେରା ବେଳେ ସ୍ୱୀକାର କରିଛି।

By amfnews

Related Post