Sat. Apr 25th, 2026
408 Views

ନୂଆଦିଲ୍ଲୀ : ୨୦୩୧ ସୁଦ୍ଧା ଭାରତ ମୋଟ ୧୫,୭୦୦ ମେଗାଓ୍ଵାଟ୍‌ କ୍ଷମତା ଥିବା ୨୧ଟି ନୂଆ ପରମାଣୁ ଶକ୍ତି କେନ୍ଦ୍ର ପ୍ରତିଷ୍ଠା କରିବ । ଏ ସଂପର୍କରେ ଆଣବିକ ଶକ୍ତି ବିଭାଗ ପକ୍ଷରୁ ସଂସଦରେ ସୂଚନା ଦିଆଯାଇଛି ।

ବର୍ତ୍ତମାନ ଦେଶରେ ମୋଟ ନଅଟି ୯ଟି ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ର ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ ରହିଛି ଏବଂ ସେଗୁଡ଼ିକ ୨୦୨୪-୨୫ ମସିହା ସୁଦ୍ଧା ସଂପୂର୍ଣ୍ଣ ହେବାର ଟାର୍ଗେଟ ଧାର୍ଯ୍ୟ କରାଯାଇଛି । ଏହା ବ୍ୟତୀତ, ଅନ୍ୟ ବାରଟି ୧୨ ଆଣବିକ ଶକ୍ତି ଉତ୍ପାଦନ ରିଆକ୍ଟର ସ୍ଥାପନ ସକାଶେ ସରକାର ୨୦୧୭ ମସିହାରେ ପ୍ରଶାସନିକ ସ୍ୱୀକୃତି ଏବଂ ଆର୍ଥିକ ମଞ୍ଜୁରି ପ୍ରଦାନ କରିଛନ୍ତି । ଫଳରେ, ମୋଟ ଏକୋଇଶ ୨୧ ଟି ଆଣବିକ ଶକ୍ତି ରିଆକ୍ଟର ସ୍ଥାପନର ଯୋଜନା ରହିଛି ଏବଂ ସେଗୁଡ଼ିକର ନିର୍ମାଣ ସଂପୂର୍ଣ ହେଲେ ମାଟ ଶକ୍ତି ଉତ୍ପାଦନ କ୍ଷମତା ୧୫,୭୦୦ ମେଗାୱାଟ ହେବ ।

ଏହା ବ୍ୟତୀତ ମହାରାଷ୍ଟ୍ରର ଜୈତପୁରଠାରେ ଫ୍ରାନ୍ସ ସହଯୋଗରେ ଏବଂ ଆନ୍ଧ୍ର ପ୍ରଦେଶର କୋଭାଡ଼ାଠାରେ ଆମେରିକାର ସହଯୋଗରେ ହାଲୁକା ଜଳ ଉପଯୋଗରେ ବିରାଟକାୟ ରିଆକ୍ଟରମାନ ସ୍ଥାପନ କରାଯିବା ସକାଶେ ପ୍ରସ୍ତାବ ରହିଛି ଏବଂ ସେହି ଦିଗରେ ଉଭୟ ରାଷ୍ଟ୍ରଙ୍କ ସହ ଆଲୋଚନା ଜାରି ରହିଛି । ସଂପୃକ୍ତ ରାଷ୍ଟ୍ରମାନଙ୍କ ସହ ଚୂଡ଼ାନ୍ତ ଆଲୋଚନା କରାଯିବା ପରେ ଏବଂ ପ୍ରଯୁକ୍ତିଗତ – ବ୍ୟବସାୟିକ ଆଲୋଚନା ସଂପୂର୍ଣ୍ଣ ହେବାପରେ ସେହିସବୁ ରିଆକ୍ଟରମାନ ସ୍ଥାପନ ପାଇଁ କେତେ ଅର୍ଥ ଆବଶ୍ୟକ ପଡ଼ିବ ତାହା ସ୍ଥିର କରାଯିବ । ତେବେ ସରକାର ଏହିସବୁ ରିଆକ୍ଟରଗୁଡ଼ିକୁ ପ୍ରଶାସନିକ ସ୍ୱୀକୃତି ଏବଂ ଆର୍ଥିକ ମଞ୍ଜୁରି ପ୍ରଦାନ କରିବା ପରେ ଯାଇ ସେସବୁ ସ୍ଥାପନ କରାଯିବ । ଏହା ବ୍ୟତୀତ, ‘ନୀତିଗତ ଭାବେ ସ୍ୱୀକୃତ’ ସ୍ଥାନ ଏବଂ ପ୍ରାକ୍- ପ୍ରକଳ୍ପ କାର୍ଯ୍ୟ ଏବେ ବିଭିନ୍ନ ପର୍ଯ୍ୟାୟରେ ରହିଛି ।

 

By amfnews

Related Post