Wed. Sep 23rd, 2026

୨୦୧୯-୨୦ ବର୍ଷରେ ଭାରତ ହେବ ଦ୍ରୁତ ଆର୍ଥିକ ଅଭିବୃଦ୍ଧିର ଦେଶ: ବିଶ୍ୱ ବ୍ୟାଙ୍କ୍‌

207 Views

ଜାତିସଂଘ, ଜାନୁଆରୀ ୦୯ : ସଂସ୍କାର ନୀତି ଏବଂ ଆର୍ଥିକ ସ୍ଥିତି ଯୋଗୁଁ ଭାରତର ଅର୍ଥନୀତି ୨୦୧୯-୨୦ ବର୍ଷରେ ୭. ୫ ପ୍ରତିଶତ ସମ୍ପ୍ରସାରିତ ହୋଇ ମନ୍ଥର ଗତିରେ ଚାଲୁଥିବା ବିଶ୍ୱରେ ଦ୍ରୁତ ଅଭିବୃଦ୍ଧିଶୀଳ ଦେଶ ହେବ ବୋଲି ବିଶ୍ୱ ବ୍ୟାଙ୍କ୍‌ ଭବିଷ୍ୟବାଣୀ କରିଛି।

ବ୍ୟାଙ୍କର ଗ୍ଲୋବାଲ୍‌ ଇକୋନମିକ୍‌ ପ୍ରପେକ୍ଟ୍‌ସ୍‌ ମଙ୍ଗଳବାର ଦିନ ରିଲିଜ୍‌ କରିଥିବା ରିପୋର୍ଟରେ ଭାରତ ସଂକ୍ରାନ୍ତରେ ଉଦ୍ଦିଷ୍ଟ ଜୁନ୍‌ ରିପୋର୍ଟରେ ଏ କଥା ଉଲ୍ଲେଖ କରାଯାଇଛି। ଏହି ଅଭିବୃଦ୍ଧି ହାର ୨୦୧୭-୧୮ରେ ଥିଲା ୬. ୭%। ଆହୁରି ମଧ୍ୟ ବିଶ୍ୱ ବ୍ୟାଙ୍କ୍‌ ଚେତାଇ ଦେଇଛି ଯେ ଦକ୍ଷିଣ ଏସିଆରେ ଆସୁଥିବା ନିର୍ବାଚନ ଋତୁ ସମ୍ପୃକ୍ତ ଅଞ୍ଚଳରେ ରାଜନୈତିକ ଅସ୍ଥିରତା ବୃଦ୍ଧି କରାଇବ।

ଏହି ଆହ୍ଵାନକାରୀ ରାଜନୈତିକ ପରିବେଶ କେତେକ ଦେଶରେ ପ୍ରଚଳିତ ଆଜେଣ୍ଡା ଏବଂ ଆଥିର୍କ କାର୍ଯ୍ୟକଳାପକୁ ପ୍ରଭାବିତ କରିବ।
ଅବଶ୍ୟ ଜିଇପି ସମଗ୍ର ବିଶ୍ୱ ଲାଗି ମାନ୍ଦା ଦୃଷ୍ଟିଭଙ୍ଗୀ ପୋଷଣ କରିଛି। ଚଳିତ ବର୍ଷ ବିଶ୍ୱରେ ଆର୍ଥିକ ଅଭିବୃଦ୍ଧି ୨. ୯ ଥିବାବେଳେ ଆସନ୍ତା ଦୁଇ ବର୍ଷ ୨. ୮ ପ୍ରତିଶତ ରହିବ।

By amfnews

Related Post