Sat. Sep 5th, 2026

୧୬ ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ ଅଭିଯୋଗରେ ଯୁବକ ଏବଂ ତାର ମହିଳା ସହଯୋଗୀ ଗିରଫ

354 Views

ମୁମ୍ବାଇ: ମୁମ୍ବାଇର କାମନ ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଦୁଷ୍କର୍ମକାରୀ ଓ ତା’ର ମହିଳା ସହଯୋଗୀକୁ ଗିରଫ କରିଛି। ନାବାଳିକା କାମନ ଥାନାରେ ଅଭିଯୋଗ କରିଛି ଯେ ତାଙ୍କ ସହ ଉମେଶ ସାହନୀ ନାମକ ଜଣେ ଯୁବକ ଦୁଷ୍କର୍ମ କରିଥିଲେ। ଏଥିରେ ଉମେଶକୁ ସୁନୀତା ଯାଦବ ନାମ୍ନୀ ଜଣେ ମହିଳା ମଧ୍ୟ ସାହାଯ୍ୟ କରିଥିଲେ। ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଉମେଶ ଓ ସୁନୀତାକୁ ଗିରଫ କରିଛି। ସେମାନଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୭୬, ୨ଏନ୍‌, ୩୨୮, ୫୦୬ ଓ ପୋକ୍‌ସୋ ଆଇନ୍‌ ୪,୫,୧୨ ଓ ୧୭ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି।

ବରିଷ୍ଠ ପୁଲିସ ଅଧିକାରୀ ପ୍ରକାଶ ବିରାଜଦାରଙ୍କ ସୂଚନା ଅନୁଯାୟୀ କାମନ ଅଞ୍ଚଳରେ ରହୁଥିବା ୧୬ ବର୍ଷୀୟା ପୀଡ଼ିତା ନାବାଳିକାକୁ ପଡ଼ିଶାରେ ରହୁଥିବା ମହିଳା ସୁନୀତା ଯାଦବ ୨୦୧୯ ଜାନୁଆରି ମାସରେ ନିଜ ଘରକୁ ଡାକିଥିଲା। ଆଗରୁ ସେହି ଘରେ ସୁନୀତାଙ୍କର ପୂର୍ବପରିଚିତ ଉମେଶ ସାହନୀ ସେଠାରେ ଥିଲା। ଉମେଶ ଓ ପୀଡ଼ିତା ନାବାଳିକାକୁ ସୁନୀତା ଏକ କୋଠରୀରେ ବନ୍ଦ କରି ବାହାରେ ତାଲା ପକାଇ ଚାଲିଯାଇଥିଲା। ଏହାପରେ ଉମେଶ ପୀଡ଼ିତାକୁ ଧମକଚମକ ଦେଇ ତା’ସହିତ ଦୁଷ୍କର୍ମ କରିଥିଲା।

By amfnews

Related Post