Fri. May 15th, 2026

୧୫ କୋଟି ମୂଲ୍ୟର ନିଜର ବଙ୍ଗଳା ଏବଂ ମୂଲ୍ୟବାନ୍‌ ଜମି ଦାନ କଲେ ଅମର ସିଂହ

160 Views

ଲକ୍ଷ୍ନୌ, ୨୪/୧୧ : ରାଜ୍ୟ ସଭା ସାଂସଦ ଅମର ସିଂହ ଆଜମଗଡସ୍ଥିତ ନିଜର ସମସ୍ତ ପୈତୃକ ସଂପତ୍ତିକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହିତ ଜଡିତ ସଂସ୍ଥା ସେବା ଭାରତୀକୁ ଦାନ କରିଛନ୍ତି। ଅମର ସିଂହଙ୍କର ପରିବାର ପକ୍ଷରୁ ଏହି ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ,ଅମର ସିଂହ ନିଜର ୪ କୋଟି ମୂଲ୍ୟର ବଙ୍ଗଳା ଓ ଦଶ ବିିଘା ଜମି ସେବା ଭାରତୀକୁ ଦାନ କରିଛନ୍ତି।

ଉକ୍ତ ବଙ୍ଗଳା ଓ ଜମିର ମୂଲ୍ୟ ଆନୁମାନିକ ୧୫ କୋଟି ଟଙ୍କା ହେବ ବୋଲି କୁହାଯାଉଛି।ଅମର ସିଂହଙ୍କ ଘର ଆଜମଗଡର ତରବା ଗ୍ରାମରେ । ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ସରକାର ଥିବାବେଳେ ଅମର ସିଂହ ଅନେକ ପ୍ରଗତିମୂଳକ କାର୍ଯ୍ୟ କରିଥିଲେ। ଅମର ସିଂହ ଚାହୁଁଥିଲେ ତାଙ୍କର ପୈତୃକ ଭୂମିର ସଦୁପଯୋଗ ହେଉ। ସେ ନିଜ ପିତାଙ୍କ ସ୍ମୃତି ରକ୍ଷା ଲାଗି କିଛି କରିବାକୁ ଚାହୁଁଥିଲେ। ଏଣୁ ସେ ସେବା ଭାରତୀ ଜରିଆରେ ଗରିବମାନଙ୍କ ଲାଗି ତାଙ୍କ ସଂପତ୍ତିର ଉପଯୋଗ କରିବାର ନିଷ୍ପତ୍ତି ନେଇଥିଲେ। ନିକଟରେ ଅମର ସିଂହଙ୍କ ଘରକୁ ସେବା ଭାରତୀର ଏକ ଦଳ ଯାଇଥିଲେ।

By amfnews

Related Post