Fri. Apr 24th, 2026

୧୫ ଏପ୍ରିଲରୁ ରେଳସେବା ! ୪ ଘଣ୍ଟା ପୂର୍ବରୁ ଷ୍ଟେସନରେ ପହଞ୍ଚିବାକୁ ହେବ

206 Views

ନୂଆଦିଲ୍ଲୀ  : ଲକଡାଉନ୍ ପାଇଁ ସାରା ଦେଶରେ ଟେନ୍ ଚଳାଚଳ ବନ୍ଦ ରହିଛି। ଏପ୍ରିଲ ୧୪ରେ ଲକଡାଉନ୍ ଅବଧି ଶେଷ ହେଉଛି। ତେଣୁ ୧୫ ତାରିଖ ପାଖରୁ ଟ୍ରେନଚଳାଚଳ ସ୍ୱାଭାବିକ ହୋଇପାରେ। ଯଦି ଟ୍ରେନ ଚଳାଚଳ କରିବ ତାହେଲେ କିଛି ନିର୍ଦ୍ଦିଷ୍ଟ ନିୟମ ପାଳନ କରିବ ରେଳ ବିଭାଗ। ଯାହାକୁ ଉଭୟ ରେଳ କର୍ମଚାରୀ ଏବଂ ଯାତ୍ରୀମାନିବେ।

ସୂଚନାଅନୁଯାୟୀ ଟ୍ରେନ୍ ଯଦି ଚଳାଚଳ କରିବ ତାହେଲେ କେବଳ ସ୍ଲିପର କ୍ଲାସ ପାଇଁ ଟିକେଟ୍ ବୁକିଂ ହେବ। ସେହିପରି ଟ୍ରେନରେ ଚଢ଼ିବା ପୂର୍ବରୁ ରେଳ ଷ୍ଟେସନରେ ଚାରି ଘଣ୍ଟା ପୂର୍ବରୁ ପହଞ୍ଚିବାକୁ ହେବ। ଷ୍ଟେସନରେ ପହଞ୍ଚିବା ପରେ ଯାତ୍ରୀଙ୍କର ଥର୍ମାଲ ସ୍କ୍ରନିଂ ହେବ। ଯେଉଁମାନେ ଥର୍ମାଲ ସ୍କ୍ରିନିଂରେ ପାସ୍ ହେବେ ସେମାନେ ଷ୍ଟେସନ ଭିତରକୁ ପ୍ରବେଶ କରିବେ। ଏହି ସମୟରେ ଷ୍ଟେସନରେ ବିକ୍ରି ହେବନି ପ୍ଲାଟଫର୍ମ ଟିକେଟ୍। ଯେଉଁ ଯାତ୍ରୀଙ୍କ ଟିକେଟ୍ ଓ୍ୱେଟିଂ ଲିଷ୍ଟରେ ଥିବ ସେମାନଙ୍କୁ ମଧ୍ୟ ଷ୍ଟେସନ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବନି। ଏହାବାଦ ଟ୍ରେନରେ ବରିଷ୍ଠ ନାଗରିକଙ୍କ ଯାତ୍ରା ଉପରେ ରୋକ୍ ଲଗାଇବା ପାଇଁ ରେଳ ବିଭାଗ ନିଷ୍ପତ୍ତି ନେଇଥିବା ସୂଚନା ରହିଛି।

ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ଟ୍ରେନରେ ଯାତ୍ରା କରିବା ପୂର୍ବରୁ ସମସ୍ତ ଯାତ୍ରୀ ନିଜ ନିଜର ସ୍ୱାସ୍ଥ୍ୟ ବାବଦରେ ୧୨ ଘଣ୍ଟା ପୂର୍ବରୁ ରେଳ ବିଭାଗକୁ ଅବଗତ କରାଇବେ। ଟ୍ରେନରେ ଯାତ୍ରା କରିବା ବେଳେ ଯଦି କୌଣସି ଯାତ୍ରୀଙ୍କ ପାଖରେ କାଶ, ଛିଙ୍କର ଲକ୍ଷଣ ଦେଖିବାକୁ ମିଶିବ ତାହେଲେ କୌଣସି ଷ୍ଟେସନରେ ସଂପୃକ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇପାରେ ବୋଲି ସେ କହିଛନ୍ତି। ସେହପିର ସାମଜିକ ଦୂରତ୍ୱ ନିୟମକୁ ପାଳନ କରାଯାଇ ୬ଟି ସିଟକୁ ଗୋଟିଏ କ୍ୟାବିନରେ ପରିଣତ କରାଯିବ। ଗୋଟିଏ କ୍ୟାବିନରେ ମାତ୍ର ଦୁଇ ଜଣ ଯାତ୍ରୀ ଯାଇପାରିବେ। ଏହାବାଦ ରେଳ କର୍ମଚାରୀ ମାନେ ମାସ୍କ ଓ ଆବଶ୍ୟକ ସୁରକ୍ଷା ଉପକରଣ ପିନ୍ଧିବେ ବୋଲି ଜଣାପଡ଼ିଛି।

By amfnews

Related Post