Fri. May 15th, 2026

୧୫ଗ୍ରାମ ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

218 Views

ଖଣ୍ଡଗିରି  : ମଙ୍ଗଳବାର ଖଣ୍ଡଗିରି ଥାନା ପୁଲିସ ଓ କ୍ୟୁଏଟି ମିଳିତ ଚଢ଼ଉ କରି ୨ ଜଣ ବ୍ରାଉନ୍ ସୁଗାର ବ‌େପାରୀଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ଯଦୁପୁର ନୂଆସାହି ଅଞ୍ଚଳର ପତନୁ ଖାଁ(୧୯) ଓ ଖୋର୍ଧା ପାନବରଜ ଅଞ୍ଚଳର ପ୍ରଭାତ ସାହୁ ଓରଫ୍ ନଣ୍ଡା(୩୭)। ପୁଲିସ ସେମାନଙ୍କଠାରୁ ୧୫ଗ୍ରାମ ବ୍ରାଉନ୍‌ସୁଗାର, ୨ଟି ବାଇକ୍‌ ଓ ୧୪ ହଜାର ଟଙ୍କା ଜବତ କରିଛି। ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ଜବତ ବ୍ରାଉନସୁଗାର ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ‌ହେବ ବୋଲି ଆକଳନ କରାଯାଇଛି। ସୂଚନାନୁସାରେ ପତନୁକୁ ବ୍ରାଉନ୍‌ସୁଗାର ବିକିବା ପାଇଁ ନଣ୍ଡା ଏକ ବାଇକ୍‌ ଯୋଗେ ଖୋର୍ଧାରୁ ଆସି ଡୁମୁଡୁମା ଆମ୍ବେଦକର ମହାବିଦ୍ୟାଳୟ ନିକଟରେ ଅପେକ୍ଷା କରିଥିଲା। କ୍ୟୁଏଟି ଓ ଖଣ୍ଡଗିରି ଥାନା ପୁଲିସ କୌଣସି ସୂତ୍ରରୁ ଖବର ପାଇ ପୂର୍ବରୁ ସେଠାରେ ସାଧାପୋଷାକରେ ଛକି ରହିଥିଲେ। ପତନୁ ନଣ୍ଡା ପାଖରେ ପହଞ୍ଚି କିଣିବା ବେଳେ ପୁଲିସ ସେମାନଙ୍କୁ କାବୁ କରିଥିଲା।

By amfnews

Related Post