Fri. Apr 24th, 2026

୧୪ ବର୍ଷ ତଳେ ପ୍ରସ୍ତୁତ କାହାଣୀକୁ ନେଇ ସିନେମା ନିର୍ମାଣ କରିବେ ଅଭିନେତା ଅମୀର ଖାନ୍!

249 Views

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଅମୀର ଖାନ୍ ନିଜର ପୂର୍ବ ସିନେମା ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ୍’ ଫ୍ଲପ୍ ହେବା ପରଠାରୁ ଖୁବ୍ ସତର୍କ ହୋଇଯାଇଛନ୍ତି। ସେ କାହାଣୀ ଚୟନକୁ ପୁଣି ଗୁରୁତ୍ବ ଦେଉଛନ୍ତି। ଶୁଣିବାକୁ ମିଳୁଛି ଯେ କିଛି ବର୍ଷ ତଳେ ନିର୍ମାଣ ହେବାକୁ ଥିବା ଏକ ଫିଲ୍ମର କାହାଣୀକୁ ନେଇ ସିନେମା ପ୍ରସ୍ତୁତ କରିବାକୁ ଅମୀର ଖାନ୍ ଅଣ୍ଟା ଭିଡ଼ିଛନ୍ତି। ଏଥିରେ ସେ ନାୟକ ଭୂମିକାରେ ଅଭିନୟ କରିବେ।

ମିଳିଥିବା ସୂଚନା ଅନୁଯାୟୀ, ନିକଟରେ ଅମୀର ଖାନ୍ ଇଣ୍ଡିଆନ୍ ମୋସନ୍ ପିକଚର୍ସ ପ୍ରଡ୍ୟୁସର୍ସ ଆସୋସିଏସନ୍ (ଇମ୍ପା)ରେ ‘ମିଷ୍ଟର ମେହଟ୍ଟା ଆଣ୍ଡ ମିସେସ୍ ସିଂହ’ ଏବଂ ‘ମିଷ୍ଟର ମେହଟ୍ଟା ମିସେସ୍ ସିଂହ’ ନାମରେ ଦୁଇଟି ଫିଲ୍ମର ଟାଇଟଲ୍ ପଞ୍ଜିକରଣ କରିଛନ୍ତି।

ସୂଚନାଯୋଗ୍ୟ,ପ୍ରାୟ ୧୪ ବର୍ଷ ତଳେ ଜଣାଶୁଣା ନିର୍ଦ୍ଦେଶକ ବିଶାଲ  ଭରଜ୍ୱାଦଙ୍କ  ନିର୍ଦ୍ଦେଶନାରେ  ‘ମିଷ୍ଟର ମେହଟ୍ଟା ଆଣ୍ଡ ମିସେସ ସିଂହ’ ଟାଇଟଲରେ ଏକ ସିନେମାର କାମ ଆରମ୍ଭ ହୋଇଥିଲା । ଏଥିରେ  ଅମୀର  ଖାନ୍ ଓ କରୀନା  କପୁର  ଖାନଙ୍କୁ ମୁଖ୍ୟ ଭୂମିକାରେ ନିଆଯାଇଥିଲା। ଏହି  ଫିଲ୍ମରେ  ବିଶାଲଙ୍କର ପ୍ରଥମ  ପସନ୍ଦ  ଥିଲେ  ରାଣୀ  ମୁଖାର୍ଜୀ  କିନ୍ତୁ  ପରେ  ସେ  କରୀନା  କପୁରଙ୍କୁ  ମନୋନୀତ କରିଥିଲେ ।

ସେତେବେଳେ ଚର୍ଚ୍ଚା ହୋଇଥିଲା କି କାହାଣୀକୁ ନେଇ ଅମୀର ଖାନ୍ ଓ ବିଶାଲ ଭରଜ୍ୱାଦଙ୍କ ମଧ୍ୟରେ ମତଭେଦ ଉପୁଜିଥିଲା। ପ୍ରଥମେ ଏହି ସିନେମାରେ କାମ କରିବାକୁ ରାଜି ହୋଇଥିଲେ ଅମୀର , କିନ୍ତୁ ପରେ ସେ କୌଣସି କାରଣରୁ ଓହରି ଯାଇଥିଲେ। ଫଳରେ ଫିଲ୍ମଟି ଅଧାରେ ଅଟକି ଯାଇଥିଲା

By amfnews

Related Post