Thu. Jun 11th, 2026

୧୪ ଦିନରେ ୩.୯ ଲକ୍ଷ ଲୋକ କେରଳ ପାଇଁ ଦେଇଛନ୍ତି ୭୧୪ କୋଟି ଟଙ୍କା

226 Views

ଥିରୁଅନନ୍ତପୁରମ: ମାତ୍ର ୧୪ ଦିନ ଭିତରେ କେରଳ ବନ୍ୟା ପାଇଁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଙ୍କ ଠାରୁ ମୁଖ୍ୟମନ୍ତ୍ରୀ ରିଲିଫ ପଣ୍ଡ ପାଇଛି ୭୧୩ କୋଟି ୯୨ ଲକ୍ଷ ଟଙ୍କା। ଯାହାକି ବର୍ତ୍ତମାନ ସୁଦ୍ଧା କେରଳ ବନ୍ୟା ବିପନ୍ନଙ୍କ ପାଇଁ କେନ୍ଦ୍ର ସରକାର ଯୋଗାଇଥିବା ସହାୟତା ଠାରୁ ଅନନ୍ତଃ ୨୦ ପ୍ରତିଶତ ଅଧିକ।

ସୂଚନା ଯୋଗ୍ୟ ଯେ କେରଳରେ ଯେଉଁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ତାର ମୁକାବିଲା କରିବା ପାଇଁ  ସମଗ୍ର ଦେଶର ଲୋକେ ଆଗେଇ ଆସିଛନ୍ତି। କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ୨ଟି ପର୍ଯ୍ୟାୟରେ ୬ଶହ କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ବନ୍ୟା ସ୍ଥିତି ଅନୁଧ୍ୟାନ କରି ଫେରିଗଲା ପରେ  ରେଳ ପାଇଁ ସହାୟତାର ଅଭାବ ରହିବ ନାହିଁ ବୋଲିି ଘୋଷଣା କରିଛନ୍ତି। ମାତ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଭାରତର ଗୋଟିଏ  ରାଜ୍ୟରେ ବିପଦ ପଡ଼ିଥିବା ବେଳେ ତାକୁ ସେଥିରୁ ଉଦ୍ଧାର କରିବା ପାଇଁ ସମଗ୍ର ଦେଶର ଲୋକେ ସହଯୋଗର ହାତ ବଢ଼ାଇବା।
ହୁଏତ ଏଇଥି ପାଇଁ ସମଗ୍ର ଦେଶରୁ କେରଳ ବନ୍ୟା ପାଇଁ ସହାୟତାର ସୁଅ ଛୁଟିଛି। ଅଗଷ୍ଟ ୧୪ ତାରିଖରୁ ଆଜି ଭିତରେ ଦେଶର ୩ ଲକ୍ଷ ୯୧ ହଜାର ଲୋକ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି।ଏଥିରୁ ମିଳିଛି ୭୧୩ କୋଟି ୯୦ ଲକ୍ଷ ଟଙ୍କା। ଆଉ ପ୍ରତିଦିନ ଏହି ଦାନ ପରିମାଣ ବଢ଼ିବଢ଼ି ଚାଳଇଛି। କେବଳ ସୋମବାର ଦିନ ୫କୋଟି ୬୦ ଲକ୍ଷ ଟଙ୍କା ଦାନ ମିଳିଛି।

By amfnews

Related Post