Wed. Jul 22nd, 2026

୧୪ବର୍ଷ ହେବ କୋମାରେ ପଡ଼ି ଥିବା ମହିଳା ଦେଲେ ସୁସ୍ଥ ସନ୍ତାନକୁ ଜନ୍ମ, ଡାକ୍ତର ବି ଏହା ଜାଣି ହେଲେ ଆଶ୍ଚର୍ଯ୍ୟ

317 Views

ଏରିଜୋନା; ଆମେରିକାର ଏରିଜୋନାରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ହସ୍‌ପିଟାଲରେ ୧୪ବର୍ଷ ହେବ କୋମାରେ ପଡ଼ିଥିବା ଜଣେ ମହିଳା ଏକ ସୁସ୍ଥ ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଘଟଣା ପରେ ଅଥରିଟି ଦୁଷ୍କର୍ମ ମାମଲା ନେଇ ଯାଞ୍ଚ କରୁଛି। ଏଭଳି ଏକ ଘଟଣା ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କ ହୋସ୍‌ ଉଡାଇ ଦେଇଥିଲା। ଶନିବାର ମହିଳାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା, ଡାକ୍ତର ପରୀକ୍ଷା ପରିବା ପରେ, ସେ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଥିଲେ। ଯାହାପରେ ହସ୍‌ପିଟାଲ ପରିସରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। କାହାରିକୁ ବି ଏହି ଘଟଣା ବିଷୟରେ ଖବର ନଥିଲା।

ଏମିତି ଏକ ଘଟଣା, ଏରିଜୋନାର ହସିଏନାଡା ସିକଲଡ ନର୍ସିଙ୍ଗ ଫେସେଲିଟିରେ ହୋଇଛି। ଯାହାକି ଫିନିକ୍ସରେ ଅଛି। ଏହି ହସ୍‌ପିଟାଲରେ ୧୪ବର୍ଷ ହେବ ଜଣେ ମହିଳା ଭର୍ତ୍ତି ହୋଇଥିଲେ। ଯାହାଙ୍କ ଅବସ୍ଥା ଏବେ ବି ଶୋଚନୀୟ ରହିଛି। ତେବେ ଏଭଳି ଅବସ୍ଥାରେ ଉକ୍ତ ମହିଳା କିଭଳି ଅନ୍ତସତ୍ତ୍ୱା ହେଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ତାହାର ଏଭଳି ଅବସ୍ଥା କିଏ କରିଛି ତାହା କେହି ବି ଜାଣି ନାହାନ୍ତି। ଏରିଜୋନାର ସ୍ୱାସ୍ଥ୍ୟ ବିଭାଗ ସ୍ଥାନୀୟ ପୁଲିସକୁ ଏହି ଘଟଣାର ଯାଞ୍ଚ କରିବାରେ ସମ୍ପୂର୍ଣ୍ଣ ଭାବେ ସାହାଯ୍ୟ କରୁଛି।

By amfnews

Related Post