Sun. Oct 4th, 2026

୧୩୪ ବର୍ଷର ପାରଳାଖେମୁଣ୍ଡି ପୌରପାଳିକାର ପୁରାତନ କାର୍ଯ୍ୟାଳୟ କୋଠା ଭଙ୍ଗା ନ ଯାଉ, ନିବେଦନ କଲେ ବରିଷ୍ଠ ନାଗରିକ

236 Views

ପାରଳାଖେମୁଣ୍ଡି  : ପାରଳାଖେମୁଣ୍ଡି ପୌରପାଳିକା ପୁରାତନ କାର୍ଯ୍ୟାଳୟ କୋଠାକୁ ଭଙ୍ଗା ନ ଯାଉ,ବୋଲି ବରିଷ୍ଠ ନାଗରିକ ନବୀନାନନ୍ଦ ଗନ୍ତାୟତଙ୍କସମେତ ବହୁ ବୁଦ୍ଧିଜୀବୀ ନିବେଦନ କରିଛନ୍ତି। ସେମାନେ ନିର୍ବାହୀ ଅଧିକାରୀଙ୍କୁ ପତ୍ର ଲେଖିଛନ୍ତି। ଏହାର ନକଲ ଗଜପତି ଜିଲ୍ଲାପାଳଙ୍କ ସମେତ ନଗର ଉନ୍ନୟନ ମନ୍ତ୍ରୀ ପ୍ରମୁଖଙ୍କୁ ଦିଆଯାଇଥିବା ଜଣାଯାଇଛି।

ସେମାନେ ଦର୍ଶାଇଛନ୍ତି ଯେ ପାରଳାଖେମୁଣ୍ଡି ମୁନସିପାଲଟି ହେଉଛି ଓଡିଶାର ସର୍ବ ପୁରାତନ ଏବଂ ଓଡିଶାର ଦ୍ୱିତୀୟ ।ଏହା ପାରଳାଖେମୁଣ୍ଡିର ଏକ ଐତିହ ବୋଲି ନବୀନାନନ୍ଦ ଗନ୍ତାୟତ କହିଛନ୍ତି। ଏହି ପୌରପାଳିକା ୧୮୮୫ ମସିହାରେ ନିର୍ମାଣ ହୋଇଥିଲା।

ଏଠାରେ ସୂଚନାଯୋଗ୍ୟ ଏହି ପୁରାତନ କାର୍ଯ୍ୟାଳୟ କୋଠା ଗୃହର ଅବସ୍ଥା ଖରାପ ହେଉଥିବା ଯୋଗୁଁ ନୂତନ ଏବଂ ଆଧୁନିକ କୋଠାଘର ନିର୍ମାଣ କରିବା ପାଇଁ ପୌରପାଳିକାର କାଉନସିଲରେ ବିଲ ପାସ କରାଯାଇଥିଲା ଏବଂ ଏହି ନୂତନ କୋଠାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ପୁରାତନ କାଉନସିଲର ଅବଧି ଗତବର୍ଷ ସେପ୍ଟେମ୍ବର ମାସରେ ଶେଷ ହୋଇଥିବା ବେଳେ ନିୟମ ଅନୁସାରେ ଜିଲ୍ଲାପାଳ ଅନୁପମ ସାହା ପାରଳା ପୌରପାଳିକାର ଅଧ୍ୟକ୍ଷ ଦାୟିତ୍ୱରେ ରହିଥିଲେ । ଏହି କୋଠା ନିର୍ମାଣ ହେବାପାଇଁ ଦୀର୍ଘ ଦୁଇବର୍ଷ ସମୟ ଲାଗିଥିବା ବେଳେ ଏହି ନୂତନ କୋଠା ଉଦଘାଟନ କିଛିଦିନ ପରେ ଏଠାରେ ୧୪୪ ଧାରା ଲାଗୁ କରାଯାଇଥିଲା ।

By amfnews

Related Post