Fri. Apr 24th, 2026

୧୧ ଜଣ ଆତ୍ମହତ୍ୟା କରିଥିବା ବୁରାଡ଼ିର ‘ଭୟଙ୍କର ଘର’ ଏବେ ଡାଇଗ୍ନୋଷ୍ଟିକ୍‌ ସେଣ୍ଟର୍‌

210 Views

ନୂଆଦିଲ୍ଲୀ: ଗତବର୍ଷ ଜୁଲାଇ ମାସରେ ଗୋଟାଏ ପରିବାରର ୧୧ଜଣ ସଦସ୍ୟ ଆତ୍ମହତ୍ୟା କରିବା ପରେ ‘ଭୟଙ୍କର ଘର’ ବା ‘ଭୂତକୋଠି’ ବୋଲି କୁହାଯାଉଥିବା ବୁରାଡ଼ିସ୍ଥିତ ସେ ଘରର ତଳମହଲା ଏବେ ଏକ ଡାଇଗ୍ନୋଷ୍ଟିକ୍‌ ସେଣ୍ଟର୍‌। ସେ ଅନ୍ଧବିଶ୍ୱାସୀ ନୁହନ୍ତି ବୋଲି ଡାଇଗ୍ନୋଷ୍ଟିକ୍‌ ସେଣ୍ଟର୍‌ର ମାଲିକ ଡାକ୍ତର ମୋହନ ସିଂହ କହନ୍ତି।

ସେ କହନ୍ତି: ମୁଁ ଅନ୍ଧବିଶ୍ୱାସୀ ନୁହେଁ। ସେଭଳି ହୋଇଥିଲେ ମୁଁ ଏଠାକୁ ଆସି ନ ଥାନ୍ତି। ପରୀକ୍ଷା ପାଇଁ ଏଠାକୁ ଆସିବାରେ ରୋଗୀମାନଙ୍କର କୌଣସି ଅସୁବିଧା ହେଉନାହିଁ। ଏଠାରେ ମୋର କିଛି ଅଡୁଆ ହେଉନାହିଁ। ଘରଟି ରାସ୍ତା ପାଖରେ ଥିବାରୁ ବରଂ ସମସ୍ତଙ୍କର ସୁବିଧା ହେଉଛି। ମୁଁ ଆଦୌ ଅନ୍ଧବିଶ୍ୱାସୀ ନୁହେଁ। କିନ୍ତୁ, ମନ୍ଦଶକ୍ତି ବିତାଡ଼ନ ନିମନ୍ତେ ସେ ଘରେ ଜଣେ ପୁରୋହିତ ପୂଜାପାଠ କରିବା ସହ ହୋମ କରିଥିବା ଦେଖାଯାଇଥିଲା।

ପୁରୋହିତ କହନ୍ତି: ଗୌରୀ-ଗଣେଶଙ୍କୁ ପୂଜା କରାଯାଉଥିଲା। କୌଣସି ନୂଆ ଜିନିଷ କରିବା ପୂର୍ବରୁ ରୀତି ଅନୁସାରେ ପୂଜାପାଠ କରାଯାଏ। କିନ୍ତୁ, କେହି ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହେବା ଅନୁଚିତ। ରବିନ୍ଦର ନାମକ ଜଣେ ସ୍ଥାନୀୟ ବାସିନ୍ଦା କହନ୍ତି: ଯାହା ହେଲା, ହେଲା। ଏବେ ସବୁ ଠିକ୍‌ଠାକ୍‌ ଚାଲିଛି। ସୁରେଶ ନାମକ ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା କହନ୍ତି: ଏମାନେ ଭଲ ମଣିଷ। ଦୁରାତ୍ମା ନାଁରେ କିଛି ଗୋଟେ ଜିନିଷ ନାହିଁ। ସେମାନଙ୍କ ଆତ୍ମା ସିଧାସଳଖ ସ୍ୱର୍ଗକୁ ଯାଇଛି।

ଜୁଲାଇ ୧ ତାରିଖ ଦିନ ସେ ଘରୁ ସାତଜଣ ମହିଳା ଓ ଚାରିଜଣ ପୁରୁଷଙ୍କ ଶବ ଉଦ୍ଧାର କରାଯିବା ପରେ ଚହଳ ପଡ଼ିଯାଇଥିଲା। ସେମାନେ ଆତ୍ମହତ୍ୟା କରିଥିବା କଥା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା।

By amfnews

Related Post