Fri. Jul 3rd, 2026

୧୧ଟି ଜିଲ୍ଲାରେ ସଟ୍‌ଡାଉନ୍ କଟକଣା, କଟକ ଓ ଭୁବନେଶ୍ବରରେ ସକାଳୁ ପୁଲିସର କଡ଼ା ଚେକିଂ

260 Views

ଭୁବନେଶ୍ବର: ଆଜି ରାଜ୍ୟର ୧୧ଟି ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍ କଟକଣା ଜାରି ହୋଇଛି। ଜୁନ୍ ମାସର ପ୍ରତି ଶନିବାର ଓ ରବିବାର ଏହି ସଟ୍‌ଡାଉନ୍ କଟକଣା ରହିବ। ଆଜି ସକାଳୁ ଏହାର ପ୍ରଭାବ କଟକ ଓ ଭୁବନେଶ୍ବରରେ ପରିଲକ୍ଷିତ ହୋଇଛି। ସକାଳୁ ଦ୍ବୈତ ନଗରୀରେ କଡ଼ା ଚେକିଂ ଆରମ୍ଭ ହୋଇଛି।

ଯେଉଁମାନେ ବିନା କାରଣରେ ବାହାରକୁ ବାହାରିଛନ୍ତି, ସେମାନଙ୍କୁ ପୁଲିସ୍ ଅଟକ ରଖୁଥିବା ବେଳେ ଯେଉଁମାନଙ୍କ ପାଖରେ ପାସ୍ ରହିଛି, ସେମାନଙ୍କୁ ଛାଡ଼ି ଦେଉଛି। ଆଜି ଲୋକଙ୍କ ଘରେ ରହିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆଜି ସକାଳେ ଖୁବ୍ କମ୍ ସଂଖ୍ୟକ ଲୋକଙ୍କୁ ରାସ୍ତାରେ ଦେଖିବାକୁ ମିଳୁଛି।

ସୂଚନାଯୋଗ୍ୟ, ଗତ ୧ ତାରିଖ ଦିନ ରାଜ୍ୟରେ ଜୁନ୍‌ ମାସ ପାଇଁ ସରକାର ଜାରି କରିଥିବା ସପ୍ତାହନ୍ତ ସଟ୍‌ଡାଉନ୍ କଟକଣାରେ ଆଂଶିକ ପରିବର୍ତ୍ତନ କରାଯାଇଛି। ଏ ସଂକ୍ରାନ୍ତରେ ସ୍ବତନ୍ତ୍ର ରିଲିଫ୍ କମିସନର୍‌ଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ଜାରି କରାଯାଇଛି। ସପ୍ତାହନ୍ତ ସଟ୍‌ଡାଉନ୍ କଟକଣାରୁ ନିମ୍ନ ଲିଖିତ କାର୍ଯ୍ୟକଳାପ ସବୁକୁ ବାଦ ଦିଆଯାଇଛି।

ଡାକ୍ତରୀ କିଂବା ଅନ୍ୟ କୌଣସି ଜରୁରୀ କାର୍ଯ୍ୟରେ ଲୋକେ ଗମନାଗମନ କରି ପାରିବେ।

ଏଟିଏମ୍, ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଓ କ୍ଲିଅରିଙ୍ଗ୍ ହାଉସ୍ ଭଳି ଗୁରୁତ୍ବପୂର୍ଣ୍ଣ ଆର୍ଥିକ ପ୍ରତିଷ୍ଠାନ ଖୋଲା ରହିବ।

ବିମାନ ବନ୍ଦର, ରେଳ ଷ୍ଟେସନ୍, ବସ୍ ଟର୍ମିନାଲ୍‌ରେ ଚଳାଚଳ ଜାରି ରହିବ ଏବଂ ଏଥିରେ ସମ୍ପୃକ୍ତ ଥିବା କାର୍ଯ୍ୟାଳୟ, କର୍ମଚାରୀମାନଙ୍କର ଗମନାଗମନ ଏବଂ କାର୍ଯ୍ୟକଳାପ ସବୁକୁ ସଟ୍‌ଡାଉନ୍‌ରୁ ବାଦ ଦିଆଯିବ।

ରୋସ୍ତୋରାଁ ଏବଂ ଜୋମାଟୋ, ସ୍ବିଗି ଆଦି ସଂସ୍ଥା ଦ୍ବାରା ଘରେ ଖାଦ୍ୟ ଡେଲିଭରି କାମ ଚାଲୁ ରହିବ।

ସକାଳ ୫ଟାରୁ ସକାଳ ୮ଟା ମଧ୍ୟରେ ଖବରକାଗଜ ହକର୍‌ମାନଙ୍କୁ କାମ କରିବାକୁ ଅନୁମତି ମିଳିବ।

ଏଲ୍‌ପିଜି ଡିଷ୍ଟ୍ରିବ୍ୟୁସନ୍, ରନ୍ଧନ ଗ୍ୟାସ୍‌ର ହୋମ୍‌ ଡେଲିଭରି ଏବଂ ଏଥିସହ ସମ୍ପୃକ୍ତ କାର୍ଯ୍ୟାଳୟ, କର୍ମଚାରୀ ଓ ଯାନବାହନ ଚଳାଚଳ ସଟ୍‌ଡାଉନ୍‌ରୁ ଲାଗୁ ହେବନାହିଁ।

By amfnews

Related Post