Sun. Jul 26th, 2026

୧୦୫ କିଲୋ ଗଞ୍ଜେଇ ଜବତ, ୪ ଗିରଫ

262 Views

ମାଲକାନଗିରି, ଜାନୁଆରୀ ୧୬: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପୁଲିସ ୧୦୫ କିଲୋ ଗ‌େଞ୍ଜଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ଗଞ୍ଜେଇ ଚୋରା ଚାଲାଣ ହେଉଥିବା କାର ଏବଂ ବାଇକକୁ ମଧ୍ୟ ପୁଲିସ ଜବତ କରିଛି। ପୁଲିସ କହିବା ଅନୁଯାୟୀ, ବିଶ୍ବସ୍ତ ସୂତ୍ରରୁ ଚିତ୍ରକୋଣ୍ଡାରୁ ବିପୁଳ ପରିମାଣର ଗ‌େଞ୍ଜଇ ଚୋରା ଚାଲାଣ ହେଉଥିବା ସୂଚନା ମିଳିଥିଲା। ଏହାପରେ ଚିତ୍ରକୋଣ୍ଡା ଥାନା ଅଧିକାରୀ ଏବଂ କର୍ମଚାରୀ ମନ୍ତ୍ରୀପୁଟ-ଟନେଲ ନିକଟରେ ଗ‌େଞ୍ଜଇ ଗାଡ଼ିକୁ ଅପେକ୍ଷା କରିଥିଲେ। ବହୁ ସମୟ ଅପେକ୍ଷା କରିବା ପରେ ସେହି ରାସ୍ତାରେ ପ୍ରଥମେ ଗୋଟିଏ ଗାଡ଼ି ଦ୍ରୁତ ଗତିରେ ଆସିଥିଲା।

ଏହାପରେ ଗୋଟିଏ ହୁଣ୍ଡାଇ କାର ଆସୁଥିଲା। ଉଭୟ ଗାଡ଼ିକୁ ପୁଲିସ ଅକଟାଇ ଯାଞ୍ଚ କରିଥିଲା। କାର ମଧ୍ୟରୁ ୪ଟି ଧଳା ଜରି ବ୍ୟାଗରେ ଗଂଜେଇ ଭର୍ତି ହୋଇଥିବା ଦେଖିବାକୁ ମିଳିଥିଲା। ଓଜନ କରିବାରୁ ୧୦୫କିଲୋ ଗ‌େଞ୍ଜଇ ବୋଲି ଜଣାପଡ଼ିଥିଲା। ଘଟଣା ସ୍ଥଳରୁ ପୁଲିସ ମହାରାଷ୍ଟ୍ରର ପୁନେ ଅଂଚଳର ସ୍ବପନିଲ ଦିଗାମ୍ବର ନିକନମ୍ବାଲକର (୨୩), ମହାରାଷ୍ଟ୍ରର ଲାଥୁର ଅଂଚଳର ଖଲିଲ ଇସ୍କ ଶେଖ୍ (୨୫), ପୁନେ ଅଂଚଳର ଅମିର ମୁଲାନୀ (୨୫) ଏବଂ କାଲିମେଳା ବ୍ଲକର କଦମଗୁଡା ଗ୍ରାମର ରାଜୁ ହନ୍ତାଳ (୧୯) ପ୍ରମୁଖଙ୍କୁ ଗିରଫ କରିଛି। ଏମାନଙ୍କ ଠାରୁ ନଗଦ ୨ ହଜାର ୯୦୦ ଟଂକା ମଧ୍ୟ ଜବତ କରିଛି। ଜବତ ହୋଇଥିବା ଗଂଜେଇର ମୂଲ୍ୟ ପ୍ରାୟ ୧୨ ଲକ୍ଷ ୬୦ ହଜାର ଟଂକା ହେବ ବୋଲି ଜଣାପଡିଛି। ଏହି ଗଂଜେଇ ଚିତ୍ରକୋଣ୍ଡାରୁ ମହାରାଷ୍ଟ୍ରର ପୁନେ ଅଂଚଳକୁ ଯାଉଥିଲା। ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

By amfnews

Related Post