Sat. Jul 25th, 2026

ହ୍ଵାଇଟ୍‌ ହାଉସ୍‌ ଆସିବ ବଗ୍‌ଦାଦିଙ୍କୁ ହତ୍ୟା ହତ୍ୟା କରିବାରେ ସହାଯ୍ୟ କରିଥିବା କୁକୁର

211 Views

ଓ୍ଵାସିଂଟନ୍‌: ଆଇଏସ୍‌ଆଇଏସ୍‌ ନେତା ଅବୁ ବକର୍‌-ଅଲ୍‌ ବଗ୍‌ଦାଦିଙ୍କୁ ମୃତ୍ୟୁ ପଥକୁ ବାଟ କଢ଼ାଇ ନେବା ଅଭିଯାନରେ ଆମେରିକୀୟ କମାଣ୍ଡୋମାନଙ୍କୁ ସାହାଯ୍ୟ କରିଥିବା କୁକୁର ଖୁବ୍‌ ଶୀଘ୍ର ହ୍ଵାଇଟ୍‌ ହାଉସ୍‌କୁ ଆସିବ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି।

ବୁଧବାର ଦିନ ଲୁଇଜିଆନାରେ ଏକ ରାଲିରେ ସମବେତ ହର୍ଷୋତ୍‌ଫୁଲ ଜନତାଙ୍କୁ ସମ୍ବୋଧନ କରି ଟ୍ରମ୍ପ୍‌ କହିଲେ ଶ୍ୱାନ ‘କୋନାନ୍‌’ ହିଁ ‘ସବୁଠୁ ବଡ଼ ବୀର’। ଖୁବ୍‌ ଶୀଘ୍ର ସେ ହ୍ଵାଇଟ୍‌ ହାଉସ୍‌କୁ ଆସିବ। ଗତ ମାସରେ ଉତ୍ତରପଶ୍ଚିମ ସିରିଆରେ ବଗ୍‌ଦାଦିଙ୍କର ଆଡ୍ଡାରେ ଚଢ଼ାଉ ସମୟରେ କୋନାନ୍‌ ଆହତ ହୋଇଥିଲା। ଏବେ ସେ ଚାକିରିକୁ ଫେରିଛି।

ରାଷ୍ଟ୍ରପତି କହିଲେ: ମୁଁ କହିଲି, ଏଇନେ ତାକୁ ଆଣ। ସେମାନେ କହିଲେ, ‘ସେ ଅଭିଯାନରେ ଅଛି।’ ମୁଁ କହିଲି: ଥଟ୍ଟା କରୁଛ। ଚାଲ, ତାକୁ ଦିନେ ଦି’ଦିନ ବିଶ୍ରାମ ଦିଅ।

ଚଢ଼ାଉ ପରେ ପରେ ଉଭୟ ଟ୍ରମ୍ପ୍‌ ଏବଂ ପେଣ୍ଟାଗନ୍‌ ୪ ବର୍ଷୀୟ କୁକୁରଟିର ଫଟୋ ରିଲିଜ୍‌ କରିଥିଲେ। ବଗ୍‌ଦାଦି ବିସ୍ଫୋରଣ କରିବା ପରେ ସୁଡ଼ଙ୍ଗ ଭାଙ୍ଗି ଯିବାରୁ ମୁକୁଳା ପଡ଼ିଥିବା ବିଜୁଳି ପ୍ରବାହିତ ତାର ସଂସ୍ପର୍ଶରେ ଆସି କୋନାନ୍‌ ଆହତ ହୋଇଥିଲା।

By amfnews

Related Post