Fri. Oct 16th, 2026

ହ୍ରିତିକ୍ ରୋଶନ୍ ଏବଂ ଟାଇଗର୍ ଶ୍ରଫଙ୍କ ଅଭିନୀତ ‘ୱାର୍’ ପ୍ରଥମ ଦିନ ଆୟ କଲା ୫୫ କୋଟି!

250 Views

ମୁମ୍ବାଇ : ପ୍ରଥମ ଥର ପାଇଁ ବଲିଉଡର ସୁପର ହିରୋ ହ୍ରିତିକ୍ ରୋଶନ୍ ଏବଂ ଟାଇଗର୍ ଶ୍ରଫ୍ ଏକ ସଙ୍ଗେ ‘ୱାର୍’ରେ ନଜର ଆସି ଧମାଲ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଅକ୍ଟୋବର ୨ ତାରିଖରେ ରିଲିଜ୍‌ ହୋଇଥିବା ‘ୱାର୍’ ପ୍ରଥମ ଦିନ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ୫୦ କୋଟି ଟଙ୍କାର ଆୟ କରିଛି। କେବଳ ହିନ୍ଦୀ ଭର୍ସନରେ ଏତିକି ପରିମାଣର ଅର୍ଥ ମିଳିଛି। ହେଲେ ଅନ୍ୟ ଭାଷାର ବ୍ୟବସାୟକୁ ମିଶାଇଲେ ଏହାର ପରିମାଣ ୫୫ କୋଟି ବୋଲି କୁହାଯାଉଛି।

ୟଶରାଜ ଫିଲ୍ମସ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଆକ୍ସନ୍-ଥ୍ରୀଲର୍ ଫିଲ୍ମ ‘ୱାର୍’ରେ ଦେଖିବାକୁ ମିଳିଛି ଏହି ଦୁଇ ଜଣ ସୁପରଷ୍ଟାରଙ୍କ ଧୁମ୍ – ଧଡକା ଆକ୍ସନ୍ ।ଏଥିରେ ହ୍ରିତିକ୍ ରୋଶନ୍, ଟାଇଗର୍ ଶ୍ରଫଙ୍କ ସହ ବାଣୀ କପୁରଙ୍କୁ ଦେଖିବାକୁ ମିଳିଛି । ଫିଲ୍ମରେ ହ୍ରିତିକ୍ ରୋଶନଙ୍କୁ ସ୍ପେଶାଲ୍ ଫୋର୍ସର କମାଣ୍ଡୋ ‘କବିର୍’ ଭାବେ ଦେଖିବାକୁ ମିଳିଛି । ଆଉ ତାଙ୍କୁ ମାରିବା ପାଇଁ ସ୍ପେଶାଲ୍ ଫୋର୍ସର ଅନ୍ୟ ଜଣେ ଦକ୍ଷ କମାଣ୍ଡୋ ଖାଲିଦକୁ ନିୟୋଜିତ କରାଯାଏ ।

War Box Office Collection Day 1: ऋतिक रोशन और टाइगर श्रॉफ की 'वॉर' ने बॉक्स ऑफिस पर रचा इतिहास, कमाए इतने करोड़

ସିନେମାରେ କବିର୍ ଚରିତ୍ରରେ ହ୍ରିତିକ୍ ଓ ଖାଲିଦ୍ ଚରିତ୍ରରେ ଅଭିନେତା ଟାଇଗର୍ ଶ୍ରଫଙ୍କୁ ଦେଖିବାକୁ ମିଳିଛି । ପରଦାରେ ପରସ୍ପରର ଶତ୍ରୁ ଭାବେ ନଜର ଆସିଛନ୍ତି ହ୍ରିତିକ୍ – ଟାଇଗର୍ । ଆଦିତ୍ୟ ଚୋପ୍ରାଙ୍କ ଦ୍ୱାରା ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ । ଫିଲ୍ମରେ ସଙ୍ଗୀତର ଭାର ତୁଲାଇଛନ୍ତି ବିଶାଲ୍ -ଶେଖର୍ ।

By amfnews

Related Post