Mon. Oct 5th, 2026

ହିମାଚଳପ୍ରଦେଶ କୋଠା ଭୁଶୁଡ଼ା ଘଟଣା: ଯବାନଙ୍କ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

222 Views

ସୋଲାନ  : ଭୁଶୁଡ଼ି ପଡ଼ିଥିବା ତିନି ମହଲା କୋଠାର ଭଗ୍ନାଂଶ ତଳୁ ଆଉ ଚାରି ଜଣ ଭାରତୀୟ ଯବାନଙ୍କ ଶବ ଉଦ୍ଧାର କରାଯିବା ପରେ ଯବାନଙ୍କ ମୃତ୍ୟୁସଂଖ୍ୟା ୭ ହୋଇଛି ବୋଲି ସୋମବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।

ଗୋଟିଏ ଛୋଟ ଭୋଜନାଳୟ ଏବଂ ଛୋଟ ଅତିଥି ଭବନ ଥିବା ସେ କୋଠାରେ ନିକଟବର୍ତ୍ତୀ ଦଗସାଇ କ୍ୟାଣ୍ଟନ୍‌ମେଣ୍ଟ୍‌ର ଆସାମ ରାଇଫଲ୍‌ସ୍‌ର ୩୦ ଜୁନିୟର୍‌ କମିସନ୍‌ଡ୍‌ ଅଫିସର୍ସମାନେ ରବିବାର ଅପରାହ୍ଣରେ ମଧ୍ୟାହ୍ନ ଭୋଜନ ଖାଉଥିଲେ। ପ୍ରବଳ ବୃଷ୍ଟିପାତ ଯୋଗୁଁ କୋଠଟି ଭୁଶୁଡ଼ି ପଡ଼ିଲା। ଭୋଜନାଳୟର କର୍ମଚାରୀଙ୍କ ସମେତ ୧୫ ଜଣ ସାଧାରଣ ନାଗରିକ ସେତେବେଳେ ସେ କୋଠାରେ ଉପସ୍ଥିତ ଥିଲେ।

ମୃତବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଭାରତୀୟ ସେନାର ଛଅ ଜଣ ଯବାନ ଏବଂ କୋଠା ମାଲିକଙ୍କ ପତ୍ନୀ। ନିହତ ଯବାନମାନେ ହେଲେ ରାଜ କିଶୋର, ବଲଓ୍ଵିନ୍ଦର ସିଂହ, ବିନୋଦ, ଅଜିତ କୁମାର, ପରଦିପ୍‌ ଚାନ୍ଦ ଏବଂ ଯୋଗେଶ। ମୃତା ମହିଳା ହେଉଛନ୍ତି ଅର୍ଚ୍ଚନା ଦେବୀ।

ସାତଜଣ ସୈନିକଙ୍କ ସମେତ ପାଖାପାଖି ଆହୁରି ୧୨ ଜଣ ଲୋକ ଭଗ୍ନାଂଶ ତଳେ ପୋତି ହୋଇ ରହିଥିବା କଥା ଆଶଙ୍କା କରାଯାଉଛି। ୧୭ ଜଣ ସୈନିକ ଓ ୧୦ ଜଣ ସାଧାରଣ ନାଗରିକଙ୍କୁ ମିଶାଇ ଏଯାବତ୍‌ ୨୭ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି।

By amfnews

Related Post