Wed. Sep 23rd, 2026

ହିନ୍ଦୀ ଚଳଚ୍ଚିତ୍ର ‘ଆୟେଶା’କୁ ଭଦ୍ରକ ମୁସଲମାନଙ୍କ ବିରୋଧ

280 Views

ଭଦ୍ରକ :  ହିନ୍ଦି ଚଳଚ୍ଚିତ୍ର ‘ଆୟେଶା’କୁ ଭଦ୍ରକ ଧାମନଗର ମୁସଲମାନ କମିଟି ତୀବ୍ର ବିରୋଧ କରିଛି। ଫିଲ୍ମର ସିନେମା ଘର ପ୍ରଦର୍ଶନ ବନ୍ଦ କରିବା ସହ ଏହାର ନିର୍ମାତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଭଦ୍ରକ ଧାମନଗର ମୁସଲମାନ କମିଟି। ଏ ନେଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।

ଏହି ଫିଲ୍ମର ପ୍ରତିବାଦ କରି ଖାନକା ସରିଫ ନିକଟରୁ ପ୍ରାୟ ୧୫ ହଜାରରୁ ଅଧିକ ଲୋକେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଧାମନଗର ତହସିଲଦାରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି ଚେତାବନୀ ଦେଇଛି ଧାମନଗର ମୁସଲିମ କମିଟି।

ସୂଚନା ଅନୁଯାୟୀ, ଏହି ଫିଲ୍ମରେ ମୁସଲମାନ ଧର୍ମଗୁରୁ ମହମ୍ମଦଙ୍କ ପତ୍ନୀ ହଜରତ ବିବି ଆୟେଶାଙ୍କ ଚରିତ୍ର ଚିତ୍ରାୟିତ ହୋଇଥିବା ଅଭିଯୋଗ ହୋଇଛି। ଏଥିସହ ଚଳଚ୍ଚିତ୍ର ନିର୍ମାତାଙ୍କୁ ଓ୍ୱାକଫ ବୋର୍ଡରୁ ବାହାର କରିବା ସହ ଦେଶାନ୍ତର କରିବାକୁ ଦାବି ହୋଇଛି। ଫିଲ୍ମ ‘ଆୟେଶା’ ୨୦୨୦ ମସିହାରେ ପରଦାକୁ ଆସିବାକୁ ଥିବାବେଳେ ନିକଟରେ ଏହାର ଟ୍ରେଲର ରିଲିଜ ହୋଇଛି।

By amfnews

Related Post