Fri. Jul 3rd, 2026

ହିଂସା ଉଦ୍ରେକକାରୀ ମନ୍ତବ୍ୟ ଦେଇଥିବାରୁ ଆଜମ୍‌ ଖାଁଙ୍କୁ ସଦ୍ୟ ନୋଟିସ୍‌ ଜାରି କଲା ନିର୍ବାଚନ କମିସନ୍‌

319 Views

ଲକ୍ଷ୍ନୌ: ଅଳ୍ପ ଦିନ ତଳେ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ଉତ୍ତର ପ୍ରଦେଶର କେତେକ ସ୍ଥାନରେ ହିଂସା ଉଦ୍ରେକକାରୀ ଭାଷଣ ଦେଇଥିବା ଅଭିଯୋଗ ଆଧାରରେ ମଙ୍ଗଳବାର ଦିନ ନିର୍ବାଚନ କମିସନ ସମାଜବାଦୀ ପାର୍ଟିର ନେତା ଆଜମ୍‌ ଖାଁଙ୍କୁ ପୁଣି ଥରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି।

ରାମପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ସମାଜବାଦୀ ପାର୍ଟି ତରଫରୁ ପ୍ରାର୍ଥୀ ହୋଇଥିବା ଆଜମ୍‌ ଖାଁଙ୍କୁ ନୋଟିସ୍‌ର ଜବାବ ଦେବ ପାଇଁ ୨୪ ଘଣ୍ଟା ସମୟ ଦିଆଯାଇଛି। ଆଜମ୍‌ ଖାଁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା କଥା ନିର୍ବାଚନ କମିସନ୍‌ ସେ ନୋଟିସ୍‌ରେ ଉଲ୍ଲେଖ କରିଛନ୍ତି।
ନିର୍ବାଚନ କମିସନ୍‌ କହିଛନ୍ତି ଥରେ ଆଜମ୍‌ ଖାଁ କହିଥିଲେ କି, ଚରମବାଦୀମାନେ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଆଉ ଥରେ ସେ କହିଥିଲେ କି, ପ୍ରଧାନମନ୍ତ୍ରୀ ମୁସଲମାନମାନଙ୍କୁ ହତ୍ୟା କରିଛନ୍ତି।

ଜୟପ୍ରଦାଙ୍କ ବିଷୟରେ ଅତି ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ସୋମବାର ଦିନ ନିର୍ବାଚନ କମିସନ୍‌ ଆଜମ୍‌ ଖାଁଙ୍କ ନିର୍ବାଚନ ପ୍ରଚାର ଅଭିଯାନ ଉପରେ ୭୨ ଘଣ୍ଟା ନିଷିଦ୍ଧାଦେଶ ଜାରି କରିଥିଲେ।

ଆଦେଶରେ ନିର୍ବାଚନ କମିସନ୍‌ କହିଛନ୍ତି ଯେ ୨୦୧୪ରେ ମଧ୍ୟ ଖାଁଙ୍କୁ ପ୍ରଚାର ଅଭିଯାନରୁ ନିଷିଦ୍ଧ କରାଯାଇଥିଲା। ତଥାପି ସେ ନିର୍ବାଚନ ପ୍ରଚାରେ ଭାରି ଆପତ୍ତିଜନକ ଭାଷା କହୁଛନ୍ତି।

By amfnews

Related Post