Sat. Jul 4th, 2026

ହାସ୍ୟ ଅଭିନେତାଙ୍କୁ ହତ୍ୟା ଅଭିଯୋଗ, ଜଣେ ଅଟକ

276 Views

ଜଳେଶ୍ୱର : ବାଲେଶ୍ୱରର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଜୟରାମପୁରରେ ଜଣେ ଯାତ୍ରା ହାସ୍ୟ ଅଭିନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ତ୍ରିଲୋଚନ ରଣଜିତ। ତାଙ୍କ ଘର ବାଲିଆପାଳ ଥାନା ଅନ୍ତର୍ଗତ କଟିସାହି ଗାଁରେ। ତ୍ରିଲୋଚନ ବିଭିନ୍ନ ଯାତ୍ରା ପାର୍ଟିରେ ହାସ୍ୟ ଅଭିନେତା ଭାବେ ଅଭିନୟ କରୁଥିଲେ। ଏ ବର୍ଷ ସେ ‘ଶୁଭଲକ୍ଷ୍ମୀ’ ନାମକ ଏକ ଯାତ୍ରାପାର୍ଟିରେ ଥିଲେ।

ସୂଚନା ଅନୁଯାୟୀ, ଗତକାଲି ସେ ଭୋଗରାଇ ହାଟକୁ ବୁଲିବାକୁ ଯାଇଥିବା ବେଳେ ଆଉ ଯାତ୍ରା ପାର୍ଟିକୁ ଫେରି ନଥିଲେ। ଆଜି ସକାଳେ ତାଙ୍କ ମୃତଦେହ ଭୋଗରାଇ ହାଟର ଏକ କ୍ୟାବିନ୍‌ ପଛରେ ପଡ଼ିଥିବା ଲୋକେ ଦେଖିଥିଲେ। ଏହାପରେ ସେମାନେ ଭୋଗରାଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହିତ ପୁଲିସ୍‌ ଏ ଘଟଣାରେ ଜଣଙ୍କୁ ଅଟକ ରଖିଛି। ତାଙ୍କଠାରୁ ମାରଣାସ୍ତ୍ର ବି ଜବତ କରାଯାଇଛି। ଭୋଗରାଇ ଅଞ୍ଚଳର କିଛି ଲୋକ ତ୍ରିଲୋଚନଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ତାଙ୍କ ପରିବାର ଲୋକକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

By amfnews

Related Post