Wed. May 1st, 2024

ହାତ ଧରାଧରି ହୋଇ ଚାଲି ଗଲେ ବାପ ପୁଅ, କାଲି ସାନ ପୁଅ ପରେ ଆଜି ବଡ ପୁଅ ଯଶୋବନ୍ତ ମହାପାତ୍ରଙ୍କ ଦେହାନ୍ତ

By Prasanta Patnaik May 20, 2021 #Featured
1,501 Views

ଭୁବନେଶ୍ୱର, ମେ୨୦ ; ଭାସ୍କର୍ଯ୍ୟଶିଳ୍ପି ପଦ୍ମବିଭୁଷଣ ରଘୁନାଥ ମହାପାତ୍ରଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହେବା ପରେ ତାଙ୍କ ପଛେ ପଛେ ତାଙ୍କର ଦୁଇ ପୁଅ ବି ସାଥୀ ହୋଇ ଆର ପାରିକୁ ଚାଲି ଯାଇଛନ୍ତି । ଗତ କାଲି ତାଙ୍କର ସାନ ପୁଆ ତଥା ପୁର୍ବତନ ଓଡିଶା ରଣଜୀ ଖେଳାଳି ପ୍ରସାନ୍ତ ମହାପାତ୍ରଙ୍କର ମୃତ୍ୟୁ ପରେ ଆଜି ସେମାନଙ୍କ ପଛେପଛେ ରଘୁନାଥଙ୍କର ବଡପୁଅ ଯଶୋବନ୍ତ ମହାପାତ୍ର ବି କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି ।

ଗତ ୧୨ଦିନ ତଳେ କରୋନାରେ ସଂକ୍ରମିତ ହେଇ ପ୍ରଥମେ ରଘୁନାଥ ମହାପାତ୍ରଙ୍କର ଭୁବନେଶ୍ୱର ଏମ୍ସରେ ଚିକିତ୍ସା ଅବସ୍ତାରେ ପ୍ରାଣ ତ୍ୟାଗ କରିଥିଲେ । ଏହା ପରେ ତାଙ୍କର ଦୁଇ ପୁତ୍ର ମଧ୍ୟ କରୋନା ଦ୍ୱାରା ସଂକ୍ରମିତ ହୋଇ ଦୁଇ ଦିନରେ ଦୁଇଜଣଙ୍କର ଜୀବନ ଚାଲି ଯାଇଛି । ରଘୁନାଥଙ୍କର ବଡ ପୁଅ ଯଶୋବନ୍ତ ମହାପାତ୍ର କରୋନା ସଂକ୍ରମିତ ହୋଇ ଭୁବନେଶ୍ୱରର ସମ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଆଜି ଦିନ ୧ ଟାରେ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ବର୍ଷ ବୟସ ହୋଇଥିଲା

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post