Fri. Jul 3rd, 2026

ହାତୀ ହାବୁଡ଼ରେ ପଡ଼ି ଦୁଇ ଚାଷୀ ନିହତ

237 Views

କଣିହାଁ: ଗୁରୁବାର ବିଳମ୍ବିତ ଅପରାହ୍ଣରେ କଣିହାଁ ବ୍ଲକ୍‌ ଅନ୍ତର୍ଗତ ରେଙ୍ଗାଲି ଥାନା ଅଧୀନ ସୁଲେଇପାଳ ଗାଁର ଦୁଇ ଜଣ ବ୍ୟକ୍ତି ବଣୁଆ ହାତୀ ହାବୁଡ଼ରେ ପଡ଼ି ପ୍ରାଣ ହରାଇଛନ୍ତି।

ଦୁଇ ମୃତ ବ୍ୟକ୍ତି ହେଉଛନ୍ତି ୭୦ ବର୍ଷିୟ ସୁଧାକର ମହାନ୍ତି ଓ ୫୬ ବର୍ଷିୟ ଦେବ ସାମଲ। ଅପରାହ୍ଣ ୪ଟା/୫ଟା ବେଳେ ସେମାନେ ଜଙ୍ଗଲ ପାଖ ଜମିରେ ଚାଷକାମ କରୁଥିବା ବେଳେ ଗୋଟାଏ ହାତୀ ବାହାରି ପଡ଼ି ଗୋଡ଼ାଇଥିଲା।

ହାତୀ ଆକ୍ରମଣରେ ଆହତ ହୋଇ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେବଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ତାଳଚେର ମଣ୍ଡାପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା କଥା ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

ଆଜି ସକାଳେ ବିଲ ପାଖରେ ଥିବା ଜଙ୍ଗଲ ଭିତରୁ ସୁଧାକରଙ୍କ ଶବ ଉଦ୍ଧାର କରାଯାଇଛି।ବ୍ୟବଚ୍ଛେଦ ପାଇଁ ପୁଲିସ ଶବ ଦୁଇଟିକୁ ତାଳଚେର ଡାକ୍ତରଖାନାକୁ ନେଇଛି।ଘଟଣାସ୍ଥଳକୁ ଯାଇଥିବା ବନ ବିଭାଗ କର୍ମଚାରୀମାନେ କହନ୍ତି ସେ ଜଙ୍ଗଲରେ ହାତୀ ନ ଥିଲେ। ଅନ୍ୟ କେଉଁଠୁ ପଶି ଆସିଛନ୍ତି।

By amfnews

Related Post