Wed. Oct 7th, 2026

ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ କ୍ଷତିପୂରଣ

359 Views

ଲଇକେରା: ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ତ୍ରିନାଥ ଧରୁଆଙ୍କ ପତ୍ନୀ ନୂଆଦେଇ ଧରୁଆଙ୍କୁ ଆଜି ବନ ବିଭାଗ ପକ୍ଷରୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ଗତ ବର୍ଷ ୧୦.୭.୧୭ ଲଇକେରା ବ୍ଲକ ରାମଚିପିଡ଼ିହି ଗ୍ରାମର ତ୍ରିନାଥ ଭୋର ସାଢ଼େ ୫ଟା ସମୟରେ ଗାଁ ମୁଣ୍ଡକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଜଙ୍ଗଲରୁ ଚାଲି ଆସିଥିବା ଏକ ଦନ୍ତା ହାତୀ ତାଙ୍କୁ ଦଳି ଦେଇଥିଲା।

ମଙ୍ଗଳବାର ଲଇକେରା ବ୍ଲକ କାଯ୍ୟର୍ାଳୟ ଠାରେ ବ୍ଲକ ଅଧ୍ୟକ୍ଷା ରୋଜାଲିନ୍‌ ପଟେଲ ଓ କିର୍ମିରା ବ୍ଲକ ଅଧ୍ୟକ୍ଷ ତେଜରାଜ ସାହୁ ନୂଆଦେଇଙ୍କୁ ଏହି କ୍ଷତିପୂରଣ ପ୍ରଦାନ କରିଛନ୍ତି। ବନ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

By amfnews

Related Post