Wed. Sep 30th, 2026

ହାତୀ ଆକ୍ରମଣରେ ଜଣେ ମୃତ

239 Views

ବାଙ୍ଗିରିପୋଷି  : ଗୁରୁବାର ସକାଳେ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାଙ୍ଗିରିପୋଷି ରେଞ୍ଜ୍‌ ଅଞ୍ଚଳର ଭୁରୁଡୁବଣି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଗୋଟାଏ ହାତୀ ଦଳି ମାରିପକାଇଛି। ମୃତ ବ୍ୟକ୍ତି ହେଉଛନ୍ତି ୪୯ ବର୍ଷିୟ ଦୁଗଦା ମୁର୍ମୁ। ସକାଳେ କ୍ଷତ ନଷ୍ଟ କରୁଥିବା ହାତୀମାନଙ୍କୁ ଘଉଡ଼ାଇବା ସମୟରେ ଗୋଟାଏ ହାତୀ ତାଙ୍କୁ ଦଳି ମାରି ପକାଇଥିବା କଥା ରେଞ୍ଜର୍‌ ତପନ କୁମାର ଦାସ କହିଛନ୍ତି। ଝାରପୋଖରୀଆ ପୁଲିସ ଓ ବାଙ୍ଗିରିପୋଷି ରେଞ୍ଜର୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କିଛି ଦିନ ହେବ ତିନିଟି ସେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛନ୍ତି।

By amfnews

Related Post