Tue. Aug 18th, 2026

ହାଇହିଲ୍‌ ଜୋତା ଆଗେ ପିନ୍ଧୁଥିଲେ ପୁରୁଷ !

305 Views

ଆଜି ଯାଏଁ ଆପଣ ଦେଖିଥିବେ କେବଳ କିଶୋରୀ,ଯୁବତୀ ଓ ମହିଳାମାନେ ହାଇହିଲ୍‌ସ ପିନ୍ଧୁଛନ୍ତି। ଏଣୁ ଆପଣମାନେ ଭାବୁଥିବେ ଯେ ହାଇହିଲ୍‌ସ କେବଳ ମହିଳାଙ୍କ ପାଇଁ ତିଆରି ହୋଇଛି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ପ୍ରଥମେ ଯୁବତୀମାନଙ୍କ ପାଇଁ ନୁହେଁ,ବରଂ ଯୁବକମାନଙ୍କ ପାଇଁ ହାଇହିଲ୍‌ ତିଆରି ହୋଇଥିଲା। ହେଲେ ଏ ସଂପର୍କରେ ଆପଣ ଭଲଭାବେ ଜାଣି ନଥିବେ।

ଯେତେବେଳେ ବିଶ୍ୱର ଅଧିକାଂଶ ଲୋକ ଜୋତା ପିନ୍ଧୁ ନ ଥିଲେ, ସେତେବେଳେ ଲୋକମାନଙ୍କ ପାଇଁ ହାଇହିଲ୍‌ ଜୋତା ତିଆରି ହୋଇଥିଲା। ପ୍ରଥମେ ଏହାର ମୂଲ୍ୟ ଅଧିକ ଥିଲା। କିନ୍ତୁ ପରେ ଏହାର ମୂଲ୍ୟ ଶସ୍ତା କରି ଦିଆଗଲା। ଏହାପରେ ଲୋକେ ଜୋତା କିଣିବାରେ ଲାଗିଲେ। ସବୁଠାରୁ ଉଚ୍ଚା ଜୋତା ପିନ୍ଧିଥିଲେ ଫ୍ରାନ୍ସର ଲୁଇସ୍‌ ୧୪। ,କିନ୍ତୁ ତାଙ୍କର ଉଚ୍ଚତା ଥିଲା ମାତ୍ର ୫ ଫୁଟ୍‌। ସେ ନିଜର ଉଚ୍ଚତା ବଢାଇବା ଲାଗି ୧୦ ଇଞ୍ଚ ହିଲ୍‌ ଜୋତା ତିଆରି କରାଇଥିଲେ। ସେହି ସମୟରେ ଯେଉଁ ଯୋଦ୍ଧା ବିଜୟ ଲାଭ କରୁଥିଲେ,ତାଙ୍କୁ ଏହି ଜୋତା ଦିଆଯାଉନଥିଲା। ୧୭୪୦ ମସିହା ପରେ ପୁରୁଷମାନେ ହାଇହିଲ୍‌ ପିନ୍ଧିବା ବନ୍ଦ କରି ଦେଇଥିଲେ।

By amfnews

Related Post